କୁଚିଣ୍ଡା(ତପନ ଦାଶ)-ବେଆଇନ ବାଣ ରଖିବା ଓ ବିକିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଜମନକିରା ପୋଲିସ ଅଶ୍ୱିନୀ ସାହୁ ନାମକ ଯୁବକକୁ ଗିରଫ କରିଛି । କୌଣସି ସୂତ୍ରରୁ ଖବର ପାଇଁ ଜମନକିରା ପୋଲିସ ଓ ତହସିଲଦାର କଦଳିମୁଣ୍ଡା ଗାଁର ଅଶ୍ୱିନୀଙ୍କ ଘରେ ଚଢ଼ାଉ କରିଥିଲେ । ସେଠରେ ବିପୁଳ ପରିମାଣରେ ବିଭିନ୍ନ ବାଣ ସହ ବିସ୍ପୋରକ ସାମଗ୍ରୀ ପାଇଥିଲେ । ବେଆଇନ ବାଣ ରଖିବା ଓ ବିକିବାକୁ ନେଇ ଜମନକିରା ପୋଲିସ ଅଶ୍ୱିନୀକୁ ଗିରଫ କରିବା ସହ ସମସ୍ତ ବାଣକୁ ଜବତ କରିଛି ।
ଅନ୍ୟ ପଟେ ଅଶ୍ୱିନୀଙ୍କ ବାପାକୁ ମଧ୍ୟ ନୋଟିସ ଦିଆଯାଇଛି ଦୀପାବଳୀ ପାଇଁ ପୋଲିସ ଏବେ ସଜାଗ ହୋଇ ପେଟ୍ରୋଲିଙ୍ଗ କରୁଥିବା ବେଳେ କିପରି ଧନ ଜୀବନ ନଷ୍ଟ ନ ହେଉ ସେଥିପାଇଁ ବେଆଇନ ଭାବେ ରଖିବା ଓ ବିକିବା ଉପରେ ନଜର ରଖିଛି । ଜମନକିରା ଥାନା କେଶ ନମ୍ବର ୨୦୪/୨୦୨୪ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।