Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବୁରୋମୁଣ୍ଡା ହାଇସ୍କୁଲରେ ସଂସ୍କୃତ ସପ୍ତାହ ଉଦଯାପିତ ।

ବୁରୋମୁଣ୍ଡା ହାଇସ୍କୁଲରେ ସଂସ୍କୃତ ସପ୍ତାହ ଉଦଯାପିତ ।

ଗାଇସିଲେଟ-ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବୁରୋମୁଣ୍ଡା ଠାରେ ସଂସ୍କୃତ ଶିକ୍ଷକ ତିଲୋତ୍ତମ ବିଶିଙ୍କ ସଂଯୋଜନାରେ ସଂସ୍କୃତ ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ସଭାର ସଭାପତି, ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା,ସଂସ୍କୃତ ଭାଷାର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଶିକ୍ଷକ ଅର୍ଜୁନ ତାଣ୍ଡି, ମୋହନ ପଧାନ, ମୋନାଲିସା ଠାକୁର, ରାମ କୁମାର ପଟେଲ ଓ ମାମି ପଧାନ ମଞ୍ଚାସୀନ ଥିଲେ । ୧୫ ଜଣ ଛାତ୍ରଛାତ୍ରୀ ସୁନ୍ଦର ଭାବରେ ସଂସ୍କୃତ ଭାଷାରେ ଶ୍ଳୋକ ଉଚ୍ଚାରଣ ଓ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ତିଲୋତ୍ତମ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!