Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୮ ତମ ସ୍ବାଧୀନତା ଦିବସ ପାଳିତ ।

ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୮ ତମ ସ୍ବାଧୀନତା ଦିବସ ପାଳିତ ।

ଗାଇସିଲାଟ – ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୮ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ଜାତୀୟ ପତାକା ଉତ୍ତୋଳନ କରି ବିଦ୍ୟାଳୟର ସମସ୍ତ ପୁଅଝିଅ ଦେଶମାତୃକାର ସେବା କରିବାକୁ ଉଦବୋଧନ ଦେଇଥିଲେ ।

ଜନ୍ମଭୂମିର ଅଖଣ୍ଡତାକୁ ବଜାୟ ରଖିବାକୁ ଏକତାର ମନ୍ତ୍ରରେ ସମସ୍ତେ ଦିକ୍ଷୀତ ହେବାକୁ ଆହ୍ବାନ ଜଣାଇଥିଲେ । ଖେଳ ଶିକ୍ଷକ ମନୋଜ କୁମାର ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଞ୍ଚାନନ ମାଝୀଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜାର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ସମସ୍ତେ ନିଜ ଘର ସମ୍ମୁଖରେ ଝୋଟି ପକାଇ, କଳସ ବସାଇ ଓ ଦ୍ବୀପ ଜାଳି ଛାତ୍ରଛାତ୍ରୀଙ୍କ ପଟୁଆରକୁ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ସୁଶାନ୍ତ ଗଡ଼ତିଆ ଓ ସମସ୍ତ କମିଟି ସଦସ୍ୟ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ନିହାରୀକା ଯୋଶୀ, ସ୍ଵପ୍ନାରାଣୀ ଭୋଇ ଓ ଓ ସସ୍ମିତା ସାହୁ’ ତଥା ଶିକ୍ଷକ ସୁବଳ ଠାକୁର, ମୋହନ ପଧାନ, ରାମକୁମାର ପଟେଲ, ଧର୍ମେନ୍ଦ୍ର କୁମାର ରାଉତ, ମାଗିଧର ଦାଶ, ରଜତ କୁମାର ଚୌହାନ, ପ୍ରଫୁଲ୍ଲ କୁମାର ସାଗର ଏବଂ କନିଷ୍ଠ ସହାୟକ ବୈଲୋଚନ ସେଠ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

error: Content is protected !!