ଗାଇସିଲାଟ – ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରେମାନନ୍ଦ ବେହେରା କ୍ରୀଡା ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ହୃଦୟ ମଧ୍ୟରେ ଶୃଙ୍ଖଳିତ ଖେଳାଳୀର ମନୋଭାବ ନେଇ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଆଶୁତୋଷ ସାହୁ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
ପରିଚାଳନା କମିଟିର ଉପାଧ୍ୟକ୍ଷା ଅମ୍ବିକା ପାଣ୍ଡେ, ସଭ୍ୟ ସୁନ୍ଦରମଣି ଦାଶ, ହେମନ୍ତ କୁମାର ଗଡ଼ତିଆ, ଉଦ୍ଧବ ପାଣ୍ଡେ, ମୁରାରୀ ବେହେରା, ଗୋପାଲ ଧୂବଲ, ସଭ୍ୟା ପ୍ରତିମା ଝାଙ୍କର, ଶେଶାନ୍ତି ଭୋଇ, ଯାଜ୍ଞସେନୀ ଝାଙ୍କର, ଗୋଲାପୀ ବରିହା, ଅନୁରା ବାଗ, ପୂର୍ବତନ କମିଟି ଅଧ୍ୟକ୍ଷ ସୁଶାନ୍ତ ଗଡ଼ତିଆ ଏବଂ ୱାର୍ଡମେମ୍ବର ପ୍ରଭାସ ପଧାନ ସକ୍ରିୟ ଅଂଶ ଗ୍ରହଣପୁର୍ବକ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ମାଝୀ, ଅର୍ଜୁନ ତାଣ୍ଡି, ମୋହନ ପଧାନ, ସୁବଳ ଠାକୁର, ରାମକୁମାର ପଟେଲ, ତିଲୋତ୍ତମ ବିଶି, ପ୍ରଫୁଲ୍ଲ କୁମାର ସାଗର, ରଜତ କୁମାର ଚୌହାନ, ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ନିହାରୀକା ଯୋଶୀ, ମାମି ପଧାନ, ସ୍ବପ୍ନାରାଣୀ ଭୋଇ ଓ ସସ୍ମିତା ଭୋଇ ଏବଂ କନିଷ୍ଠ ସହାୟକ ବୈଲୋଚନ ସେଠଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ଖେଳ ଶିକ୍ଷକ ମନୋଜ କୁମାର ପାଢୀ ସୁଚାରୁରୂପେ ଖେଳ ପରିଚାଳନା କରିଥିଲେ ।ଆଗାମୀ ବାର୍ଷିକ ଉତ୍ସବ ପାଳନ ଅବସରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ।