Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦ୍ବିତୀୟ ମିଳିତ ବୈଠକ ଅନୁଷ୍ଠିତ ।

ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦ୍ବିତୀୟ ମିଳିତ ବୈଠକ ଅନୁଷ୍ଠିତ ।

ଗାଇସିଲାଟ-ଗାଇସିଲାଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ଅଭିଭାବକ, ଅଭିଭାବକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ୨୦୨୪-୨୫ ଶିକ୍ଷା ବର୍ଷର ଦ୍ବିତୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପଞ୍ଚାନନ ମାଝୀ ସ୍ନାଗତ ଭାଷଣ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଏହି ସଭାରେ ପରିଚାଳନା କମିଟିର ଚେୟାରମେନ ସୁଶାନ୍ତ ଗଡ଼ତିଆ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ନିହାରୀକା ଯୋଶୀ ଏବଂ ଶିକ୍ଷକ ସୁବଳ ଠାକୁର, ରାମ କୁମାର ପଟେଲ, ମନୋଜ କୁମାର ପାଢୀ, ପ୍ରଫୁଲ୍ଲ କୁମାର ସାଗର ଓ ରଜତ କୁମାର ଚୌହାନ କାର୍ଯ୍ୟକ୍ରମର ବିଭିନ୍ନ ବିଷୟ ଆଲୋଚନା କରିଥିଲେ । ଏହି ସଭାରେ ଶତାଧିକ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର କନିଷ୍ଠ ସହାୟକ ବୈଲୋଚନ ସେଠ, ସ୍ବପ୍ନାରାଣୀ ଭୋଇ, ସସ୍ମିତା ସାହୁ ସହାୟତା କରିଥିଲେ ।

ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ସହକାରୀ ଶିକ୍ଷକ ଶ୍ରୀ ମୋହନ ପଧାନଙ୍କୁ ସମସ୍ତେ ସ୍ବାଗତ କରିଥିଲେ । ଶ୍ରୀ ପଧାନ ସମସ୍ତଙ୍କ ସହିତ ମିଶି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସଭାରେ ସ୍ଵମତ ବ୍ୟକ୍ତ କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା, ମାଁ ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଶିକ୍ଷକ ମାଗିଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!