Saturday, March 7, 2026
Homeରାଜ୍ୟବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ନେଇ ରାଜନୈତିକ ଦଳମାନଙ୍କ ସହିତ ବୈଠକ l

ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ନେଇ ରାଜନୈତିକ ଦଳମାନଙ୍କ ସହିତ ବୈଠକ l

ପଦ୍ମପୁର – ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଣିକ ଅନୁଯାୟୀ ପ୍ରତ୍ୟେକ ରାଜନୈତିକ ଦଳ ଦ୍ୱାରା ପ୍ରତି ବୁଥ୍ ରେ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକିୟା ଆରମ୍ଭ କରାଯାଇଛି । ପଦ୍ମପୁର ପ୍ରଶାସନ ଆନୁକୁଲ୍ୟରେ ଏଥିପାଇଁ ନିର୍ବାଚନ ପଞିଅଧିକାରୀ ଅତିରିକ୍ତଜିଲ୍ଲାପାଳ ଅଧ୍ୟକ୍ଷତାରେ ରାଜନୈତିକ ଦଳମାନଙ୍କ ସହିତ ଅତିରିକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଫିସଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ସ୍ୱଚ୍ଛତା ପାଇଁ ନିର୍ଭୁଲ ଭୋଟର ତାଲିକାର ଭୂମିକା ବିଷୟରେ ଅତିରିକ୍ତି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଆଲୋକପାତ କରିଥିଲେ ।

ଉପଖଣ୍ଡସ୍ତରୀୟ ପ୍ରତି ବୁଥରେ ରାଜନୈତିକ ଦଳଙ୍କ ଦ୍ଵାରା ବିଏଲଏ ନିଯୁକ୍ତି କରିବା ପ୍ରକ୍ରିୟା ନେଇ ଫର୍ମ ୧ ଓ ଫର୍ମ ୨ ବିଷୟରେ ଅତିରିକ୍ତିଜିଲ୍ଲାପାଳ ଶ୍ରୀଯୁକ୍ତ ମୋତିରାମ କୁଣାଲ ଚୈହାନ ବୁଝାଇଥିଲେ। ଭୋଟର ତାଲିକାରେ ଯୋଗ, ବିୟୋଗ , ସଂଶୋଧନ, ସ୍ଥାନାନ୍ତର ଆଦି ପାଇଁ ବିଏଲଏ ମାନେ ବିଏଲଓ ମାନଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ବୁଝାଇ ଦିଆଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ଡେପୁଟୀ କଲେକ୍ଟର ତଥା ନିର୍ବାଚନ ଶାଖା ଅଧିକାରୀ ନିତୁଶ୍ରୀ ମେହେରେ ବୈଠକର ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରି ଥିଲେ।

ନିର୍ବାଚନ କମିଶନ ଓ ଭାରତର ଏକକ ପରିଚୟ ପତ୍ର ପ୍ରକରଣ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସହ‌ମତି କ୍ରମେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ବି ଏଲ ଏ ନିଯୁକ୍ତ ପକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ଭାରତୀୟ ଜନତା ପାର୍ଟି ର ବିଜୁ ଜନତା ଦଳ, ଆମ ଆଦମୀ ପାର୍ଟି, ବିଏସପି ପାର୍ଟି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦ୍ମପୁର, ଶ୍ରୀ ମହେନ୍ଦ୍ର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

error: Content is protected !!