Saturday, April 12, 2025
spot_imgspot_imgspot_img
Homeରାଜ୍ୟବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ଭୁବନେଶ୍ୱର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ମଙ୍ଗଳୁ ବରିହା, ଅବସର ପ୍ରାପ୍ତ ସୈନିକ ଶ୍ରୀ ହର୍ଷ ବର୍ଦ୍ଧନ ବିଶି, ଅବସରପ୍ରାପ୍ତ ଶିକ୍ଷକ ବୈଲୋଚନ ଭୋଇ, ପରିଚାଳନା ସଭାପତି ପ୍ରେମରାଜ ନାୟକ ଅତିଥି ଭାବରେ ଯୋଗଦାନ କରି ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରି ସେମାନଙ୍କ ମଙ୍ଗଳ କାମନା କରିଥିଲେ ।

ଛାତ୍ରଛାତ୍ରୀ ଗଣ ଲୁହ ଛଳ ଛଳ ଆଖିରେ ସେମାନେ ବିଦ୍ୟାଳୟରେ ବିତେଇଥିବା ସ୍ମୃତି ମନେ ପକେଇ ଗୁରୁଜନଙ୍କ ଆଶୀର୍ବାଦ କାମନା କରିବା ସହ ବିଦ୍ୟାଳୟକୁ ଏକ ସ୍ମୃତି ଚିହ୍ନ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଗଣ ମଧ୍ୟ ସେମାନଙ୍କ ଉତ୍ତମ ଗୁଣ ଗୁଡିକୁ ବ୍ୟାଖ୍ୟା କରିବା ସହ ଉଜ୍ବଳ ଭବିଷ୍ୟତ ର କାମନା କରିଥିଲେ। ସହକାରୀ ଶିକ୍ଷୟତ୍ରୀ ରିତାଞ୍ଜଳୀ ସାହୁ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସୁମିତ୍ରା ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

error: Content is protected !!