ଗାଇସିଲେଟ – ବରଗଡ ଜିଲ୍ଲା ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିଲେନ୍ଦ୍ରି ବିଭାର ବୟସ ( ୨୪ ) ସେ ଶୋଇଥିବା ସମୟରେ ବିଳମ୍ବିତ ରାତ୍ରୀରେ ଏକ ବିଷାକ୍ତ ସାପ ତାଙ୍କ ହାତରେ କାମୁଡି ଦେବାରୁ ହଟାତ ତାଙ୍କ ନିଦ ଭାଙ୍ଗିଯାଇଥିଲା ।
ବିଷଧର ସାପକୁ ଦେଖିଲା ପରେ ମହିଳା ଜଣକ ଜୋରରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ସମସ୍ତେ ଉଠିଯାଇଥିଲେ । ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବାବେଳେ ସେଠାରେ ତାଙ୍କ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ତେବେ ତାଙ୍କର ଏକ ୪ ବର୍ଷର କୁନି ଝିଅ ଥିବାରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।