Saturday, March 7, 2026
Homeରାଜ୍ୟବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ବୃକ୍ଷ ରୋପଣ ।

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ବୃକ୍ଷ ରୋପଣ ।

ପଦ୍ମପୁର-ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ରାଜବୋଡାସମ୍ବର ଫଟୋ ଗ୍ରାଫିକ୍ସ ଆସୋସିଏସନର ସଭାପତି ମନୋଜ ମହାନ୍ତିଙ୍କ ନେତୃତ୍ବରେ ଏକ ସଭାର ଆୟୋଜନ ସ୍ଥାନୀୟ ମହାନ୍ତି କମ୍ପ୍ଲେକ୍ସ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଫଟୋ ଗ୍ରାଫର୍ ତଥା ଏସୋସିଏସନର ଉପଦେଷ୍ଟା ଯଶୋବନ୍ତ ନାରାୟଣ ସିଂ ଯୋଗଦାନ କରି ବିଶ୍ୱ ଫଟୋଗ୍ରାଫି ଦିବସ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କ୍ରମରେ ଏସୋସିଏସନର ସମ୍ପାଦକ ତ୍ରିବିକ୍ରମ ପଧାନ,ସହ ସମ୍ପାଦକ ଓମ୍ ପ୍ରକାଶ ସାହୁ ଏବଂ କୋଷାଧ୍ୟକ୍ଷ ରାଜେଶ ସାହୁ ଅନୁଷ୍ଠିତ ସଭାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଫଟୋ ଗ୍ରାଫର ଦିବସକୁ ସବୁଦିନ ମନେ ପକାଇବା ଲକ୍ଷ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ ସଦସ୍ୟ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ବଡ ହେବା ଯାଏ ତାର ରକ୍ଷଣାବେକ୍ଷଣର ଦାୟିତ୍ଵ ନେଇଥିଲେ। ଏହି ଅବସରରେ ଗିରିଧାରୀ ସାହୁ,ଭୂପେଶ ସିଂ,ସୁଦାଂଶୁ ପଣ୍ଡା,ସୁବାସ ମେହେର,ଅଙ୍କିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିବାବେଳେ ଶେଷରେ ଜିତେନ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!