Wednesday, May 28, 2025
spot_imgspot_imgspot_img
Homeରାଜ୍ୟ"ବିଶ୍ୱ ଥାଇରଏଡ଼ ଦିବସ" ଅବସରରେ ମାଗଣା ରକ୍ତ ପରୀକ୍ଷା ।

“ବିଶ୍ୱ ଥାଇରଏଡ଼ ଦିବସ” ଅବସରରେ ମାଗଣା ରକ୍ତ ପରୀକ୍ଷା ।

ପାଇକମାଳ(ବିଦ୍ୟାଧର ସାହୁ)-ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ମେହେର ପାଥୋ ଲେବ, ଠାରେ ବିଶ୍ୱ ଥାଇରଏଡ଼ ଦିବସ ପାଳନ ଅବସରରେ ରବିବାର ମାଗଣା ଥାଇରାଏଡ଼ ପରୀକ୍ଷା କରାଯିବା ପାଇ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏଥିପାଇଁ ୫୬ ଜଣ ରକ୍ତ ର ନମୁନା ଦେଇଛନ୍ତି l ତାଙ୍କର ରକ୍ତ ନମୁନା କୁ ଭୁବନେଶ୍ୱର ସ୍ଥିତ Thyrocare Lab କୁ ପଠାଯାଇଛି। ଉକ୍ତ ରକ୍ତର ନମୁନା ସବୁ ପରୀକ୍ଷା ହୋଇ ସୋମବାର ସନ୍ଧ୍ୟା ସୁଦ୍ଧା ଥାଇରଏଡ଼ ପରୀକ୍ଷା ର ରିପୋଟ ସମସ୍ତଙ୍କୁ ମିଳିଯିବ ବୋଲି କହିଛନ୍ତି ଲେବ ର ପରିଚାଳକ ଓମପ୍ରକାଶ ମେହେର l

୨୫ ମଇ ବିଶ୍ୱ ଥାଇରଏଡ଼ ଦିବସ ରେ ଶ୍ରୀ ମେହେରଙ୍କ ଜନ୍ମଦିବସ ପଡ଼ୁ ଥିବାରୁ ସେ ଗତ ତିନିବର୍ଷ ହେଲା ନିସ୍ଵାର୍ଥ ଭାବରେ ନିଃଶୁଳ୍କ ରେ ଥାଇରଏଡ଼ ପରୀକ୍ଷା କରି ଆସୁଛନ୍ତି l ଆଗକୁ ସ୍ୱାସ୍ଥ୍ୟ ସମ୍ମନ୍ଧୀତ ଅନେକ ସକାରାତ୍ମକ ପଦକ୍ଷେପ ନିଆହେବ ବୋଲି ସୂଚନା ଦେଇଛନ୍ତିଶ୍ରୀ ମେହେର l ବର୍ଷକରେ ଥରେ ବିନା ପଇସା ଖର୍ଚ୍ଚ କରି ଥାଇରଏଡ଼ ପରୀକ୍ଷା ର ସୁବିଧା ପାଉଥିବାରୁ ପାଇକମାଳ ଅଞ୍ଚଳ ବାସୀ ଓମପ୍ରକାଶ ମେହେରଙ୍କୁ ଧନ୍ୟବାଦ ଦେବା ସହ ଖୁସୀ ପ୍ରକଟ କରିଛନ୍ତି l

error: Content is protected !!