Tuesday, December 3, 2024
spot_imgspot_imgspot_img
Homeରାଜ୍ୟବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ରକ୍ତଦାନ ଶିବିର : ୫୨ୟୁନିଟ ରକ୍ତ ସଂଗୃହୀତ।

ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ରକ୍ତଦାନ ଶିବିର : ୫୨ୟୁନିଟ ରକ୍ତ ସଂଗୃହୀତ।

ବରଗଡ-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହାନଦୀ ଫିଲିଙ୍ଗ ଷ୍ଟେସନ, କେଶରୀ ପାଲି, ମହୁଲପାଲି,ଭେଡେନ, ବରଗଡ ଠାରେ ସମ୍ପୂର୍ଣ ଶରୀର ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନ ଙ୍କ ଶ୍ରାଦ୍ଧ ଦିବସ ଓ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ନିଷ୍ଠା ପରିବାର ତରଫ ରୁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଭୁବନେଶ୍ଵର ଧର,ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ତଥା ଡାକ୍ତରୀ ଶିକ୍ଷା ର ବିକାଶ ପାଇଁ ସମ୍ପୂର୍ଣ ଶରୀର ଦାନ କରିଛନ୍ତି ଭେଡେନ ଟିହୀଙ୍କି ପାଲି ର ସ୍ଵର୍ଗତ ଗଙ୍ଗାଧର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ସ୍ୱର୍ଗତ ଚମ୍ପାବତୀ ପ୍ରଧାନ।ସ୍ୱର୍ଗତ ପ୍ରଧାନ ଙ୍କ ସୁପୁତ୍ର ରମେଶ ପ୍ରଧାନ ଓ ଉମେଶ ପ୍ରଧାନ, ଝିଅ ଯଜ୍ଞସିନି ବାରିକ ଜ୍ବାଇଁ ସତ୍ୟନାରାୟଣ ବାରିକ ନଳିନୀ ପ୍ରଧାନ, ମହେଶ ପ୍ରଧାନ,ପରିବାର ବର୍ଗ ଓ ଶୁଭେଚ୍ଛୁ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ ।ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା, ଜୟନ୍ତ ପ୍ରଧାନ ବିଦ୍ୟାଧର ଭୋଇ ଚିତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ଅନ୍ୟ ସଦସ୍ୟ ମାନେ ଶିବିର ପରିଚାଳନା କରିଥିଲେ।

error: Content is protected !!