ଗାଇସିଲାଟ-ପଞ୍ଚାୟତ ସମିତି ଗାଇସିଲାଟ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ସର୍ବପ୍ରଥମେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଲ୍ୟ ଭାବରେ ବୁଝାଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ କଲେଜ ର ଛାତ୍ରଛାତ୍ରୀ ମାନେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ମାଧ୍ୟମରେ ଚମତ୍କାର ସଙ୍ଗୀତ ପରିବେଷଣ କରିଥିଲେ । YRC କାଉନସେଲର ଅଧ୍ୟାପିକା ଶ୍ରୀମତୀ ପ୍ରତୀକ୍ଷା ଡନସନା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ଭାବରେ ବରଗଡରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଳ ଟାଇମ ର ସମ୍ପାଦକ ସଞ୍ଜୀବ ମହାପାତ୍ର ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ର ପ୍ରାସଙ୍ଗିକତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଓ ଏହା ସହ ବରଗଡ ଜିଲ୍ଲା ଭାରତରେ କର୍କଟ ରୋଗ ଦ୍ଵିତୀୟ ସ୍ଥାନ ନେଇଛି ଓ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ୧୭ ସେପ୍ଟେମ୍ବର ଦିନ ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ଙ୍କ ଜନ୍ମଦିନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ କିଛି ଜାଗାରେ ଔଷଧ ବୃକ୍ଷ ଲଗେଇବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ଭାବରେ ବରଗଡର ବିଶିଷ୍ଟ ସମାଜସେବୀ ଶୁଭ୍ରାଂଶୁ କୁମାର ଦାଶ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ମହତବାଣୀ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ସଭାରେ ଅଧ୍ୟାପକ ବାଚସ୍ପତି ପଧାନ, ଅରୁଣ କୁମାର ମୁନା ଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ । ପରିଶେଷରେ YRC କାଉନସେଲର ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।



