Thursday, November 21, 2024
spot_imgspot_imgspot_img
Homeଅଘଟଣବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଏଲି କଂସ ମହାରାଜାଙ୍କ ପରଲୋକ ।

ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଏଲି କଂସ ମହାରାଜାଙ୍କ ପରଲୋକ ।

ବରପାଲି-ବରଗଡ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଏଲିଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଝାରସୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବିୟୋଗ ଘଟିଥିଲା। କିଛି ଦିନ ପୂର୍ବରୁ ଝାରସୁଗୁଡାରେ ରହୁଥିବା ସାନପୁଅ ପାଖରେ ରହୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାକାର୍ଯ୍ଯ ଚାଲିଥିଲା। ଗତ କାଲି ସ୍ବାସ୍ଥ୍ଯ ଅବନତି ଦେଖାଦେବା ଆଜି ପ୍ରତ୍ଯୁଷରେ ସମସ୍ତଙ୍କୁ ଛାଡି ଆରପାରିକି ଚାଲି ଯାଇଥିଲେ। ପରେ ବରପାଲି ଜଗନ୍ନାଥ ନଗରରେ ରହିଥିବା ବାସଭବନକୁ ତାଙ୍କ ପାର୍ଥିବ ଶରୀରକୁ ଅଣାଯାଇଥିଲା। ବାସଭବନରେ ପରିବାର ଲୋକଙ୍କ ସହ ପରିଜନ,ବନ୍ଧୁ ବାନ୍ଧବ,କଳାକାର, ସମାଜସେବୀ,କବି, ସାହିତ୍ଯ ଅନୁରାଗି, ରାଜନୈତିକ ନେତା, କର୍ମି, କ୍ରିଡାବିତଙ୍କ ସମେତ ବହୁ ଅନୁଗାମି ସାମିଲ ହୋଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ବିଗତ ଦିନରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଚହଳ ସୃଷ୍ଟି ମାଧ୍ଯମରେ ଏକ ସ୍ବତନ୍ର୍ତ ପରିଚୟ ବଜାୟ ରଖିଥିଲେ। ଗତ ଦିନରେ ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଅଭିନୟରେ ଯାତ୍ରାକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ନିଶ୍ଚିତ ସହାୟକ ସାଜିଥିଲେ। ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବେ ଅଭିନୟ କରିଥିଲେ। ଗତ ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୨୩ ଥର ଅଭିନୟର ପାରଦର୍ଶିତା ଦେଖାଇବାର ସୁଯୋଗ ପାଇଥିଲେ।

ପେଶାରେ ସେ ଜଣେ ପୁଲିସ ଅଧୂକାରୀ ଭାବେ ରାଜ୍ଯର ବିଭିନ୍ନ ସ୍ଥାନରେ କାର୍ଯ୍ଯରତ ରହିଥିଲେ। ପୋଲିସ ସେବାରେ ନିୟୋଜିତ ରହିଥିଲେ ମଧ୍ଯ ଆତ୍ମିକ ନିଶା ତାଙ୍କର ରହିଥିଲା ଅଭିନୟ କଳାକାରିତା। ତାଙ୍କର ବିୟୋଗ ସମାଚାର ପ୍ରସାରଣ ପରେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯିବା ସହିତ ନାଟ୍ଯକଳା କ୍ଷେତ୍ରରୁ ଏକ ମହାଶୂନ୍ଯ ସ୍ଥାନର ଆର୍ବିଭାବ ହୋଇଗଲା ବୋଲି ବୁଦ୍ଧିଜିବୀ ଓ ବରିଷ୍ଠ କଳାକାର ମାନେ ମତ ଦେଇଥିଲେ।

error: Content is protected !!