ପଦ୍ମପୁର-କାର୍ତ୍ତିକ ମାସ ହେଉଛି ପବିତ୍ର ମାସ । କାର୍ତ୍ତିକ ଶୁକ୍ଳ ଦଶମୀ ଅବସରେ ପଦ୍ମପୁର ମେହେର ପଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଶ୍ଵ କଲ୍ୟାଣ ପାଇଁ ବିଷ୍ଣୁସହସ୍ର ନାମ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ପାରାୟଣ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଯାଇଛି । ମୁଖ୍ୟ କର୍ତ୍ତା ଭାବାରେ ପ୍ରଣବାନନ୍ଦ ସାହୁ ସହଧର୍ମିଣୀ ଅପରିମିତା ସାହୁ ଦାୟିତ୍ୱ ତୁଲାଇଥିଲେ ।
ସର୍ବ ପ୍ରଥମେ ମନ୍ଦିର ପୂଜକ ମୁଦିରଥ ପଣ୍ଡା ଦେବ ବିଗ୍ରମାନଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ପଣ୍ଡିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଣ୍ଡିତ ଖଗେଶ୍ବର ତ୍ରିପାଠୀ, ପଣ୍ଡିତ ସୁଲପାନି ପଣ୍ଡା, ପଣ୍ଡିତ ପ୍ରବୀଣ ମିଶ୍ର, ଅନିଲ ପୁରୋହିତ, ବାବୁଲ ପଣ୍ଡା, ଅଶୋକ ପାଣିଗ୍ରାହୀ , ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ଅର୍ପଣ କରାଯାଇଥିଲା ।