Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଶ୍ବ ନାଟ୍ଯ ଦିବସ ପାଳିତ ।

ବିଶ୍ବ ନାଟ୍ଯ ଦିବସ ପାଳିତ ।

ବରପାଲି-ଇଣ୍ଟରନ୍ୟାସନାଲ ଥିଏଟର, ବରପାଲି ତରଫରୁ ବିଶ୍ବ ନାଟ୍ଯ ଦିବସ ସ୍ଥାନୀୟ ଗଙ୍ଗାଧର ମେହେର କ୍ଲବ ଠାରେ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ମଞ୍ଚ କଳାକାର ଧୃବ ଚରଣ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅଧ୍ୟାପକ ଡ. ଶୁକଦେବ ସାହୁ, ନିରଞନ ମେହେର ଓ ମହେନ୍ଦ୍ର ମେହେର ଯୋଗଦାନ କରିଥିଲେ। ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ ସଭାପତି ସରୋଜ ମେହେର। ଅତିଥି ପରିଚୟ ପ୍ରଦାନ କରିଥିଲେ ସଂପାଦକ ଅବନୀ କୁମାର ମେହେର ଓ ବିଶ୍ବ ନାଟ୍ଯ ଦିବସ ର ବାର୍ତ୍ତା ପଠନ କରିଥିଲେ ନାଟ୍ଯ ନିର୍ଦ୍ଦେଶକ ରମାକାନ୍ତ ତ୍ରିପାଠୀ। କଣ୍ଠଶିଳ୍ପୀ ବିରେନ୍ଦ୍ର ନାଥ ନାଗ ପ୍ରାରମ୍ଭିକ ସଂଙ୍ଗୀତ ଗାନ କରିଥିଲେ। ମଞ୍ଚ ଅଭିନେତା ଧର୍ମରାଜ ସିଂ ବରିହା,ବିଶିଷ୍ଟ ଚିତ୍ର ଶିଳ୍ପୀ ସରୋଜ ରାଉତ,ବୀର ବଜରଙ୍ଗ ମେହେର, ସୁବଳ ମାଝୀ, କିଶୋର କୁମାର କୁଷ୍ଠା, ଟଙ୍କଧର ଭୋଇ,ଆନନ୍ଦ ମେହେର ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କେଉଁ କାଳରୁ କଳା ର ମାଟି ବରପାଲିର ମଞ୍ଚ ଅଭିନୟ କିଭଳି ସାରା ରାଜ୍ୟରେ ସୁନାମ ଅର୍ଜନ କରିଛି ତାହା ବକ୍ତା ମାନେ ନିଜ ବକ୍ତବ୍ଯ ମାଧ୍ୟମରେ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ବରପାଲିର ମଞ୍ଚ କଳା ବିଲୁପ୍ତ ହୋଇ ଯାଉଛି ଓ କଳାକାର ମାନଙ୍କ ପାଇଁ ମଞ୍ଚ ଟିଏ ନାହିଁ ।ବରଗଡ ଜିଲ୍ଲାର ସର୍ବ ପୁରାତନ ରଙ୍ଗମଞ୍ଚ ଗଙ୍ଗାଧର ରଙ୍ଗମଞ୍ଚ ର ପୁନରୁଦ୍ଧାର ପାଇଁ ବକ୍ତା ମାନେ ନିଜର ବକ୍ତବ୍ଯ ମାଧ୍ୟମ ରେ ଦାବୀ ଉପସ୍ଥାପନ କରିଥିଲେ ଓ ବରପାଲିର ମଞ୍ଚକଳା ଓ ମଞ୍ଚ କଳାକାର ଙ୍କୁ ବଞ୍ଚାଇ ରଖିବା ପାଇଁ ମିଳିତ ଭାବେ ପ୍ରଶାସନ ପାଖରେ ଦାବୀ କରିବା ପାଇଁ ସାମୁହିକ ମତ ପ୍ରକାଶ ପାଇଥିଲା । ଶେଷରେ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!