Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିରିପାଲି ଶିବ ମନ୍ଦିର ପରିଚାଳନା କମିଟି ତରଫରୁ ନୂଆଁଖାଇ ଭେଟଘାଟ ।

ବିରିପାଲି ଶିବ ମନ୍ଦିର ପରିଚାଳନା କମିଟି ତରଫରୁ ନୂଆଁଖାଇ ଭେଟଘାଟ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିରିପାଲି ଗ୍ରାମର ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ପୀଠ ଠାରେ ମନ୍ଦିର କମିଟି ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ତେବେ ଦୀର୍ଘ ବର୍ଷ ଧରି ପ୍ରତ୍ୟେକ ସଂକ୍ରାନ୍ତିରେ କମିଟି ତରଫରୁ ଏଠାରେ ସଂକ୍ରାନ୍ତି ପାଳନ ହୋଇ ଆସୁଛି । ଏଥିରେ ଅନେକ ଗୁଡ଼ାଏ ଗ୍ରାମ ତଥା ବିରିପାଲି,ବେହେରାଟାଲ,ଅନ୍ତର୍ଲା, ଲୁହାଖେନ, ବୁଡ଼ାମାଲ,ଡଙ୍ଗରମୁଣ୍ଡା, କୁଲିଆରୀ ଆଦି ଗ୍ରାମର ଶତାଧିକ ଭକ୍ତ ସଂକ୍ରାନ୍ତି ଦିନ ଯୋଗ ଦେଇ ଭାଗବତ ପଠନ,ଭଜନ କୀର୍ତ୍ତନ,ପ୍ରବଚନ ଆଦି କରି ରାତ୍ର ଉଜାଗର ରୁହନ୍ତି । ଏହାର ଏକ ମାତ୍ର ଉଦ୍ଧେଶ୍ୟ ହେଉଛି ଏହି ଅଞ୍ଚଳରେ ଆଧ୍ୟାତ୍ମିକ ଚିନ୍ତା ଚେତନାକୁ ବଞ୍ଚାଇ ରଖିବା ପାଇଁ ।

ତେବେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କମିଟି ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି । ସଭାପତି କରୁଣାକର ସାହୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଶିବ ମନ୍ଦିର ର ରକ୍ଷଣା ବେକ୍ଷଣ,ମନ୍ଦିର ର ପାରିପାର୍ଶିକ ବିକାଶ ବିଷୟରେ ତଥା ବର୍ତ୍ତମାନ ସମାଜରେ ଘଟୁଥିବା ବିଭିନ୍ନ ଘଟଣା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ତଥା ବରିଷ୍ଠ ବିଜେପି ନେତା ପ୍ରିତମ ମେହେର, ଜମରତଲା ଗ୍ରାମପଞ୍ଚାୟତ ସରପଞ୍ଚ ବିଧୁ ଭୂଷଣ ଚାନ୍ଦ,

କଂସର ଗ୍ରାମପଞ୍ଚାୟତ ସରପଞ୍ଚ ଆନନ୍ଦ ବେହେରା,ଜ୍ଞାନ ଗ୍ରାମପଞ୍ଚାୟତ ସରପଞ୍ଚ ଦିଲ୍ଲୀପ କୁମାର ସାହୁ,ବରିଷ୍ଠ ଆଇନଜୀବୀ ରଜନୀ ଦାଶ,ସମାଜ ସେବୀ ସୁଶାନ୍ତ ପଣ୍ଡା,କଂସର ଗୌନ୍ତିଆ ଧନୀରାମ ବରିହା ପ୍ରମୁଖ ଯୋଗ ଦେଇଥିବା ବେଳେ କମିଟିର ଉପସଭାପତି ସୁରେଶ ଚାନ୍ଦ, ସଦସ୍ୟ ପିତବାସ ମେହେର, ଶଙ୍କର ବେହେରା,ବିଭୂତି ଦାଶ,ନେହେରୁ ମେହେର,ତୁଲାରାମ ପାଣ୍ଡେ,ଧନମାଲି ହାତୀ,ମତିଲାଳ ପୋଢ଼ ଏବଂ ଜୟ ଜଗନ୍ନାଥ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀର ସଦସ୍ୟ,ସଦସ୍ୟା ଓ ଆଖ ପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଉପସ୍ଥିତ ଥିଲେ । ପରିଶେଷରେ ଟୁନୁଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!