ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଜମରତଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରିପାଲି ଠାରେ ମା ବିନ୍ଧ୍ୟବାସିନି ୱାଡ଼ି ପ୍ରକଳ୍ପ ଓ ଦେବଦତ୍ତ କ୍ଲବ ଆନୁକୂଲ୍ୟରେ ନାବାର୍ଡ ସହାୟତାରେ ମା ଓ ଶିଶୁ ଉପରେ ଏକ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ. ଅବିନାଶ ତ୍ରିପାଠୀ ଯୋଗ ଦେଇ ମା ଓ ଶିଶୁଙ୍କୁ ପୃଷ୍ଟିସୁରକ୍ଷା ଯୋଗାଇବା,ସ୍ୱଚ୍ଛ ସୁରକ୍ଷିତ ପରିବେଶ ସୃଷ୍ଟି କରିବା,କର୍ମଜୀବୀ ମହିଳା ମାନେ କିଭଳି ଭାବରେ ନିଜର ଓ ନିଜ ସନ୍ତାନର ଯତ୍ନ ନେଇ ପାରିବେ ସେ ସମ୍ପର୍କରେ ସଚେତନ କରିଥିଲେ ।

ଉକ୍ତ ଶିବିରରେ ପ୍ରାୟ ୬୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ । ତେବେ ଏହି ଶିବିରରେ ଜମଲା ଡାକ୍ତର ଖାନା ତରଫରୁ ଏ.ଏନ.ଏମ ପ୍ରତିଭା ସାଗର ଉପସ୍ଥିତ ଥିବା ବେଳେ । ଉକ୍ତ ଶିବିରକୁ ଦେବଦତ୍ତ କ୍ଲବ ତରଫରୁ ସୁଶାନ୍ତ ପଣ୍ଡା,ବିକାଶ କୁମାର ପଧାନ ଓ ମନ ଡ଼ନସେନା ପରିଚାଳନା କରିଥିଲେ । ଧବଳେଶ୍ଵର ବାବା ଉଦ୍ୟାନ ବିକାଶ ସମିତି ବିରିପାଲିର ସଦସ୍ୟ ଶ୍ରୀ ପ୍ରସାଦ ମାଝି,ଭିକାରୀ କମାତି,ବୀରବର କମାତି,ରୀନା ଭୁଏ,ଦୁର୍ଯ୍ୟୋଧନ କଅଁର,ଶ୍ୟାମ ସୁନ୍ଦର ବରିହା,ପିତାମ୍ବର ଭୁଏ ପ୍ରମୁଖ ସହଯୋଗ କରିଥିଲେ ।

