Saturday, March 7, 2026
Homeଅଘଟଣବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ ।

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବହୁ ସଂଖ୍ୟକ ଚାଷୀ ପହଞ୍ଚି ପ୍ରଶାସନ ସହ ସମସ୍ୟା ଉପସ୍ଥାପନ କରି ତାର ସମାଧାନ ବାଟ ପାଇଁ ଦାବୀ ରଖିଥିଲେ।ଚାଷୀଙ୍କ ସମସ୍ୟା ସମାଧାନ ଏକ ମାତ୍ର ଲକ୍ଷ ରହିଥିବା ବେଳେ ଵିଶୋରା ଗ୍ରାମ ପଞ୍ଚାୟତ ସହ ପାଖା ପାଖି ପଞ୍ଚାୟତ ଚାଷୀ ସାମିଲ ହୋଇ ଦାବୀ ଉପସ୍ଥାପନା କରିଛନ୍ତି। ଜଳ ସେଚନ ପ୍ରକଳ୍ପ ରୁ ଜମିକୁ ଜଳ ସେଚନ ବ୍ୟବସ୍ଥା କରିଥିବା ବେଳେ କେନାଲ ଦ୍ବାରା ଜଳ ସେଚିତ ହେଉନ ଥିବା ଚାଷୀ ଅଭିଯୋଗ କରିଥିଲେ।

ବିଷୋରା ଏବଂ ପରକୋର୍ଟ ପଞ୍ଚାୟତ ଚାଷୀ ମାନେ ୨୦୦୭ ରୁ ୨୦୧୪ ପର୍ଯ୍ୟନ୍ତ ଜଳ କର ପାଇଁ ରାଜସ୍ବ ବିଭାଗ ରୁ ନୋଟିସ ଆସିଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପରେ ଜଳ କର ଛାଡ ହୋଇଥିଲା। ବର୍ତ୍ତମାନ ପୁଣି ଜଳ କର ପ୍ରଦାନ ପାଇଁ ନୋଟିସ ଆସିବା ନେଇ ଚାଷୀ ମାନେ ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ କରିଛନ୍ତି। ଅଭିନନ୍ଦନ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିବା ବେଳେ ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି ।

error: Content is protected !!