ବରଗଡ-ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଘେଁସ ଧାନ ମଣ୍ଡି ପ୍ରାଙ୍ଗଣରେ ମୁରଲୀ ଭୋଇଙ୍କ ସଭାପତିତ୍ୱ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ୧୫ ଗୋଟି ପଞ୍ଚାୟତ ଲର ଘରୋଇ ଏବଂ ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ଉପଭୋକ୍ତା ମାନେ ଯୋଗ ଦେଇଥିଲେ। ଘେଁସ ଗ୍ରୀଡ଼ରେ ହେଉଥିବା ବିଦ୍ୟୁତ ସମସ୍ୟା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଗଲା। ଲୋ ଭୋଳଟାଜ, ଅଘୋଷିତ ବିଦ୍ୟୁତ କାଟ,କର୍ମଚାରୀ ମାନଙ୍କ ମନମୁଖୀ ଏବଂ ସ୍ମାର୍ଟ ମିଟର ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ବକ୍ତା ମାନେ ପ୍ରକାଶ କରିଥିଲେ। ଭାରତ ବର୍ଷରେ ଅନେକ ରାଜ୍ୟ ବିଦ୍ୟୁତ ବିଲ ମାଗଣା ଦେଉଥିବା ବେଳ କିଛି ରାଜ୍ୟ ବହୁତ କମ ବିଲ ନେଉଛନ୍ତି। କିନ୍ତୁ ଓଡିଶା ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହେବା ସତ୍ତ୍ବେ କାହିଁକି ୟୁନିଟ ୦୩ ଟଙ୍କା ୩୦ ପଇସାରୁ ଉର୍ଦ୍ଧ୍ୱ ହେଉଛି। ଆମ ରାଜ୍ୟ ଗରିବ ଆଦିବାସୀ ଏବଂ କୃଷି ଅର୍ଥନୀତି ଭିତ୍ତିକ ରାଜ୍ୟ ଅଟେ।
ସେଥିପାଇଁ ଗଣତନ୍ତ୍ର ରେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା କୁ ସରକାର ମାନେ ପୂରଣ କରିବା ଦରକାର। ଗତ ନିର୍ବାଚନ ରେ ନବ ଗଠିତ ସରକାର ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦେବା ପ୍ରତିଶୃତି ଦେଇ ସରକାର ଗଠନ କାଟିଛନ୍ତି। ହେଲେ ସରକାର ନିରବ ବିଭିନ୍ନ ସ୍ଥାନ ରେ ସ୍ୱତସ୍ପୃତ ବିଦ୍ୟୁତ ବିଲ ବିରୋଧ ରେ ଆନ୍ଦୋଳନ ବାହାରୁଛନ୍ତି। ଆଜି କୃଷକ ସଂଗଠନ ପକ୍ଷରୁ ଆସନ୍ତା ବୁଧବାର ଦିନ ଘରେ ଏବଂ ଜମିରେ ଲାଗିଥିବା ସମସ୍ତ ମିଟର ଖୋଲି ଆଣି ଘେଁସ ଗ୍ରୀଡ଼ରେ ଫେରାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସଂଗଠନ ର ଦାବୀ ପ୍ରତେକ ଘରୋଇ ଉପଭୋକ୍ତା କୁ ୩୦୦ ୟୁନିଟ ମାଗଣା ଏବଂ ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ଜଳସେଚନ ଆଧାରରେ ନିଆଯାଉ ଯଦି ଏହି ଦାବୀ ପୂରଣ ନ ହୋଏ ତାହାହେଲେ କୌଣସି ଉପଭୋକ୍ତା ଲାଇନ ବିଲ ନ ଦେବା ପାଇଁ ନିଷ୍ପତି ହୋଇଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ପ୍ରେମରାଜ ସାହୁ, ମିନି ବାରିକ,ଗୋରାଚାନ୍ଦ ଭୋଇ,ଚନ୍ଦ୍ରଶେଖର ପୁରୋହିତ,ଶ୍ୟାମ ମେହେର, ରିତୁ ସାହୁ, ଯଶୋବନ୍ତ ପଧାନ, ଦିବ୍ୟ ଭୋଇ, ଉତ୍ତମ ଭୋଇ, ଗଣପତି ପଧାନ,ପ୍ରଦ୍ୟୁମ୍ନ ସାହୁ, ସଦାନନ୍ଦ ସାହୁ, ନିର୍ମଳ ପଟେଲ, ନେହେରୁ ପଟେଲ, କାନ୍ତ ପଟେଲ,ଅମୃତ ପଧାନ, କୁଞ୍ଜବିହାରୀ ପଧାନ, ସଂଜୀବ ପଧାନ,ବଳଦେବ ମଲ୍ଲିକ, କୃତାର୍ଥ ପଧାନ,ସମାଜସେବୀ ମହମ୍ମଦ ଫାରୁକି ଏବଂ ଘେଁସ ଗ୍ରାମ୍ୟ କମିଟି ର ବିଜୟ ପଟେଲ,ସୁନିଲ ମହାପାତ୍ର, ପ୍ରଦୀପ ମେହେର, କମଳ ପଟେଲ, ପ୍ରମୋଦ ସାହୁ ତଥା ଘେଁସ ସରପଞ୍ଚ ଗୋକୁଳ ଦାଶ, କଳଙ୍ଗାପାଲି ସରପଞ୍ଚ ଆନନ୍ଦ ଜାଲ, ବେହେରାପାଲି ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ସାହା, ବିଜେପୁର ବ୍ଲକ ତାଲପଦର ସରପଞ୍ଚ ମହେନ୍ଦ୍ର ପଧାନ ଏବଂ ଦିଲୀପ ଭୋଇ ଧନ୍ୟବାଦ ଦେଇଥିଲେ l