କୁଚିଣ୍ଡା(ତପନ ଦାଶ)- ପାର୍ବଣ ଋତୁର ଆଗମନରେ ଆରମ୍ଭ ହୋଇଛି ପୂର୍ଜାଚନା । ସର୍ବାରମ୍ଭରେ ଆରମ୍ଭ ହୋଇଛି ଅଗ୍ରପୁଜ୍ୟ ଗଣେଶ ଙ୍କ ପୂଜା । ଭଗବାନ ଗଣେଶ ଙ୍କ ପୂଜା ପରେ ପରେ ଆରମ୍ଭ ହୁଏ ଅନ୍ୟାନ୍ୟ ଦେବଦେବୀ ଙ୍କ ପୂଜା । ତେବେ ଆଜି ଗଜାନନଙ୍କ ପୂଜା ସବୁଠି ଧୂମଧାମରେ ପାଳନ କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ମହା ଆଡ଼ମ୍ବରରେ ବିଭିନ୍ନ ସ୍ଥାନରେ କରାଯାଉଛି ବିଘ୍ନ ବିନାଶକଙ୍କ ପୂଜା । ସହରର ମନ୍ଦିର ଛକ, ପଞ୍ଚମୁଖୀ ଛକ, ବିହାରୀ ପଡା ଛକ, ଗଣେଶ ପଡା, କୁଣ୍ଡାପୋଷି ଆଦି ସ୍ଥାନରେ ବଡ ବଡ଼ ସୁନ୍ଦର ମୂର୍ତ୍ତିମାନ ପୂଜା କରାଯାଉଛି ।
ବିହାରୀ ପଡା ଛକରେ ତିରୁପତି ବାଲାଜୀଙ୍କ ଅବିକଳ କଳା ରଙ୍ଗର ମୂର୍ତ୍ତି ପୂଜା କରାଯାଉଥିବା ବେଳେ ସୁନ୍ଦର ଆକର୍ଷଣୀୟ ତୋରଣରେ ସଜ୍ଜିତ କରାଯାଇ ପୂଜା କରାଯାଉଛି । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ମୂର୍ତ୍ତି ର ଉଚ୍ଚତା ୧୨ ଫୁଟ ହୋଇଥିବା ବେଳେ ଭଗବାନ ଗଣେଶ ପୁରା ଜୀବନ୍ତ ପ୍ରତିମା ଭଳି ଦେଖାଯାଉଛନ୍ତି ।ବିହାରୀପଡା ଓ ମାରୱାଡି ପଡାର ଯୁବକ ମାନେ ଲକ୍ଷାଧିକ ଟଙ୍କା ବ୍ଯୟରେ ଏହି ପୂଜା କରିଥିବା ଜଣା ପଡିଛି ।