Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ୍ ୟୁନିଟ୍ ଉଦଘାଟିତ।

ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ୍ ୟୁନିଟ୍ ଉଦଘାଟିତ।

ବରପାଲି-ବରପାଲି ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ୟୁନିଟ ସ୍ଥାପନ ହୋଇଯାଇଛି। ମହାବିଦ୍ଯାଳୟ ଅଧ୍ଯକ୍ଷ ଶରତ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରଗଡ଼ ଜିଲ୍ଳା ଯୁବ ରେଡକ୍ରସ୍ ସଂଯୋଜକ ତଥା ଅତାବିରା କଲେଜ ଅଧ୍ୟାପକ ପରମାନନ୍ଦ ରଥ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ବରପାଲି କଲେଜ ରାଜନିତୀ ବିଜ୍ଞାନ ଅଧ୍ୟାପକ ଅଲେଖ ମହାନନ୍ଦ ଓ ଜଗବନ୍ଧୁ ଦାଶ ଡିଗ୍ରୀ ମହାବିଦ୍ୟାଳୟ କଦଳୀପାଲି ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଅତିଥି ମାନେ ରେଡକ୍ରସ ସଂସ୍ଥାର ମୂଳ ଉଦେଶ୍ଯ ସହ ଶୃଖଂଳା,ନିତି ନିୟମ,କର୍ତ୍ତବ୍ଯ ସହ ବିଭିନ୍ନ ଦିଗ ଉପରେ ଦିଗଦର୍ଶନ ମୂଳକ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ସ୍ବାଗତ ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅଧ୍ୟାପକ ଦିନ ଛତର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!