Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିବେକାନନ୍ଦ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ।

ବିବେକାନନ୍ଦ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ।

ବରପାଲି – କଦଲିପାଲି ଯୋଗ ବିଜ୍ଞାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ଶାଖା କୁମ୍ଭାରୀ ଗୁରୁପୀଠ ଆଶ୍ରମ ପରିସରରେ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହ ସହ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି। ରବିବାର ପୁର୍ବାହ୍ନ କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧ ସମୟରେ ଶିଷ୍ୟ ଓ ଶିଷ୍ୟାମାନଙ୍କ ଦ୍ବାରା ପୂଜ୍ୟ ଗୁରୁଦେବ ଓ ପୂଜନୀୟା ଗୁରୁମାଙ୍କ ପଦଧୌତ ଭକ୍ତି ନିବେଦନ ପରେ ପୂଜ୍ୟ ଗୁରୁଦେବ ପ୍ରଭୁ ଶରଣାଗତ ଆନନ୍ଦ ତାଙ୍କର ଅମୂଲ୍ୟ ପ୍ରେରଣାପ୍ରଦ ଅଭିଭାଷଣ ରଖିଥିଲେ। ପରେ ପୂଜ୍ୟା ଗୁରୁମାଁ ଗୁରୁ ଭକ୍ତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ମୂଖ୍ଯଆଚାର୍ଯ୍ୟ ଶେଷଦେବ ଗୁରୁଙ୍କ ବିଶେଷତା ଉପରେ ଏକ ଦିବ୍ୟ ବକ୍ତବ୍ଯ ଉପସ୍ଥାପନ କରିଥିଲେ।

ଏହି ଅବସରରେ ସାଧକ ରାଜେଶ ପଧାନ, ସାଧକ ବଳବନ୍ତ ଛତ୍ରିଆ ଓ ସାଧକ ମହେନ୍ଦ୍ର ମାହାଣା ମଧ୍ଯ ନିଜ ଅଭିଭାଷଣ ରଖିଥିଲେ। ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭକ୍ତିସଂଗିତ ସହ ଗୁରୁଭକ୍ତି ଉପରେ ଆଲୋଚନା ମାନ ହୋଇଥିଲା। ଅମୃତଲାଲ ପ୍ରଧାନ କୃତଜ୍ଞତା ଜଣାଇଥିବା ବେଳେ କଣ୍ଠଦାନ କରିଥିଲେ ଗାୟିକା ମମତା ବିଶି, ବାସନ୍ତୀ ସୁରରେ ଧାନ, ଢୋଲ ନ୍ୟାନ୍ୟ ସାଥୀ ସାହୁ, ଗାୟକ କୈଳାସ କର୍ଣ୍ଣ, ଗାୟକ ସରୋଜ ଖମାରୀ ଏବଂ ସଂଗୀତ ସହଯୋଗିତାରେ ତବଲା ବାଦକ ସଂଜୟ ପଧାନ, ଅଶୋକ ପଧାନ, ତବଲା ବାଦକ ସୁନିଲ ଆଜ୍ଞା, ପେଟ ବାଦକ ଦଶରଥ ପଧାନ ତଥା ଅନ୍ୟାନ୍ୟ ସାଥିବୃନ୍ଦ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରକାଶ ପଧାନ ।

error: Content is protected !!