Monday, May 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିବାହ ବାର୍ଷିକୀ ଓ ଜନ୍ମଦିନରେ ବୃକ୍ଷ ରୋପଣ ।

ବିବାହ ବାର୍ଷିକୀ ଓ ଜନ୍ମଦିନରେ ବୃକ୍ଷ ରୋପଣ ।

ପଦ୍ମପୁର – ପଦ୍ମପୁର ନିକଟସ୍ଥ ମହୁଲପାଲିଠାରେ ନିଆରା ଢଙ୍ଗରେ ବିବାହ ବାର୍ଷିକୀ ଓ ଜନ୍ମଦିନ ପାଳିତ ହୋଇଯାଇଛି। ଆଜିର ଆଧୁନିକ ଯୁଗରେ ଯୁବ ପିଢ଼ି କେକ କାଟି, ଭୋଜି ଭାତ କରି ଜନ୍ମଦିନ ଓ ବିବାହ ବାର୍ଷିକୀ ପାଳନ କରୁଥିବାବେଳେ ଏହା ପରିବର୍ତ୍ତେ ବୃକ୍ଷରୋପଣ କରି ୧୫ତମ ବିବାହ ବାର୍ଷିକୀ ପାଳିଛନ୍ତି ଗାଁର ରବିନ୍ଦ୍ର ବରିହା ଓ ପତ୍ନୀ ମନ୍ଦାକିନୀ ବରିହା । ପ୍ରକୃତି ବନ୍ଧୁ ମୀନକେତନ ସାହୁଙ୍କ ପ୍ରେରଣା ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ନିଜ ପରିବାର ଗହଣରେ ବରିହା ଦମ୍ପତି ନିଜ ବାରିପଟେ ଗୋଟିଏ ଅଶୋକ ଗଛ ଲଗାଇ ଏହି ପବିତ୍ର ଦିନକୁ ନିରାଡ଼ମ୍ବର ଭାବରେ ପାଳିଛନ୍ତି।

ଏହା ବ୍ୟତୀତ ଦିଲୀପ ସାହୁ ଓ ସ୍ୱାଗତିକା ସାହୁ ତାଙ୍କ ପୁଅ ସଂକେତର ୭ମ ଜନ୍ମଦିନ ପାଳନ ଅବସରରେ ନିଜ ପରିବାରର ସଦସ୍ୟଙ୍କ ସହ ବୃକ୍ଷରୋପଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଗାମୀ ଦିନରେ ଏହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବା ସହିତ ବିଶ୍ବ ତାପମାତ୍ରା ବୃଦ୍ଧିକୁ ରୋକିବାରେ ସହାୟକ ହୋଇପାରିବ ବୋଲି ପରିବେଶବିତ ମୀନକେତନ ସାହୁ କହିଛନ୍ତି।

error: Content is protected !!