Saturday, March 7, 2026
Homeଅଘଟଣବିପୁଳ ପରିମାଣର ନିଶା ଔଷଧ ଜବତ : ଚାରି ଅଭିଯୁକ୍ତ ଗିରଫ।

ବିପୁଳ ପରିମାଣର ନିଶା ଔଷଧ ଜବତ : ଚାରି ଅଭିଯୁକ୍ତ ଗିରଫ।

ପଦ୍ମପୁର-ନିର୍ବାଚନ ସମୟରେ ନିସା କାରବାର ଉପରେ କଡା ନଜର ରଖିଛି ପଦ୍ମପୁର ପୋଲିସ । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ପଦ୍ମପୁର ଅଂଚଳରେ ବିଭିନ୍ନ ସ୍ଥାନରେ ନାକା କରି ଯାବାହନ ଯାଂଚ କରିବା ସହ ଲଗାତାର ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରହିଛି । ପଦ୍ମପୁର ଅଂଚଳକୁ ନିଶା ଔଷଧ ଆସୁଥିବା ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୁଷଣ ଭୋଇଙ୍କ ନର୍ଦ୍ଦେଶକ୍ରମେ ପଦ୍ମପୁର ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଏକ ଟିମ ଗାଇସିଲାଟ ରାସ୍ତାରେ ଛକି ରହିଥିବା ଗୋଟିଏ ବାଇକରେ ପଦ୍ମପୁର ସହର ନେହରୁଗଳିର ରାକେଶ ନାଏକ ଆଣୁଥିବା ସମୟରେ ତାକୁ ପୋଲିସ କାବୁ କରିଥିଲା । ରାକେଶ ଠାରୁ ପୋଲିସ ୧୪୦୦ ଗୋଟି ନିଶା ଇଂଜେକ୍ସନ,୧୦୦୦ ଗୋଟି ନିଶା ଟାବଲେଟ , ୫୨ ଗୋଟି କଫ ସିରଫ ଜବତ କରିଛି । ଅଧିକ ତଦନ୍ତ ପରେ ପୋଲିସ ତାର ତିନି ସହେଯାଗୀ ଗାଇସିଲାଠ ଥାନାର ମଲମୁଣ୍ଡା ଗ୍ରାମର ରତ୍ର ବେହେରା,ତାଳପାଲିର ମନୋଜ ବାଜପେୟୀ ଏବଂ ଝାରବନ୍ଧ ଥାନାର ହେମନ୍ତ ହଂସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।

error: Content is protected !!