Tuesday, January 28, 2025
spot_imgspot_imgspot_img
Homeରାଜ୍ୟବିପିୟୁଟିର ଟେକ୍ କାର୍ନିଭାଲ ଉଦ୍‌ଘାଟିତ।

ବିପିୟୁଟିର ଟେକ୍ କାର୍ନିଭାଲ ଉଦ୍‌ଘାଟିତ।

ବିକଶିତ ଓଡ଼ିଶା – ବିକଶିତ ଭାରତ ଗଠନରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରିବ- ରାଜ୍ୟପାଳ ।
ଭୁବନେଶ୍ୱର– ବିକଶିତ ଓଡ଼ିଶା – ବିକଶିତ ଭାରତ ଗଠନରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରିବ । ଚଳିତ ନଭେମ୍ବର ୪ତାରିଖ ସୋମବାର ଦିନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଅବସ୍ଥିତ ରେଳ ସଦନ ଅଡିଟୋରିୟମ ଠାରେ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ଆନୁକୂଲ୍ୟରେ ଆୟୋଜିତ ଟେକ୍ କାର୍ନିଭାଲକୁ ଉଦ୍‌ଘାଟନ କରି ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ, ବର୍ତମାନ ଆମେ ବୈଷୟିକ ଜ୍ଞାନ ଆଧାରିତ ଯୁଗରେ ଗତି କରୁଛେ।

ଏହି ଜ୍ଞାନ ଆଧାରିତ ଯୁଗରେ ଯାହାଙ୍କ ପାଖରେ ବୈଷୟିକ ଜ୍ଞାନ ଅଛି ସେ ନିଜର ପ୍ରତିଭାକୁ ବିକଷିତ କରିପାରିବ ଏବଂ ଆହ୍ୱାନକୁ ସୁଯୋଗରେ ପରିଣତ କରିପାରିବେ । ଆଜିର ଦୁନିଆରେ ଯେଉଁଠାରେ ଟେକ୍ନୋଲୋଜି ଜୀବନର ପ୍ରତ୍ୟେକ ପଦକ୍ଷେପରେ ରୂପ ନେଉଛି । ବୈଷୟିକ କ୍ଷେତ୍ରରେ ଏକ ଦ୍ରୁତ ଭିତିଭୂମି ବିକାଶ ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଓଡ଼ିଶାରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିପିୟୁଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଯୁବପିଢ଼ି ମଧ୍ୟରେ ଅଭିନବତା ଓ ଉତ୍କର୍ଷର ସଂସ୍କୃତି ବୃଦ୍ଧି କରୁଛି।

ବିପିୟୁଟି ଏଦିଗରେ ଯେଉଁ ପରିବେଶ ବିକାଶ କରୁଛି ଯାହା ଉତ୍ସାହ ଜନକ । ବୈଷୟିକ, ସାଂସ୍କୃତିକ ଏବଂ କ୍ରୀଡ଼ା ଠାରୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ହାଇ-ଇଭେଂଟ ସହିତ ଟେକ୍ କାର୍ନିଭାଲ କେବଳ ପ୍ରତିଭା ଏବଂ ଜ୍ଞାନର ଉତ୍ସବ ନୁହେଁ । ଏହା ଓଡ଼ିଶାର ଯୁବକମାନଙ୍କ ଅଗ୍ରଗାମୀ ଚିନ୍ତାର ପ୍ରତିଫଳନ, ଯେଉଁମାନେ ଟେକ୍ନୋଲୋଜି ମାଧ୍ୟମରେ ଆମର ଭବିଷ୍ୟତ ଗଠନ ପାଇଁ ଆଗକୁ ବଢ଼ୁଛନ୍ତି । ଏହି କାର୍ନିଭାଲରେ ଅଂଶଗ୍ରହଣ କରି ଆମର ଛାତ୍ରଛାତ୍ରୀମାନେ କେବଳ ସେମାନଙ୍କର ପ୍ରତିଯୋଗିତାମୂଳକ ବୈଷୟିକ ଦକ୍ଷତାର ବିକାଶ କରିବେ ନାହିଁ ବଂର ଦଳଗତ କାର୍ଯ୍ୟ ଏବଂ ଚିନ୍ତାଧାରା ଭଳି ଅତ୍ୟାବଶ୍ୟକ କୌଶଳ ମଧ୍ୟ ବିକାଶ କରିବେ।

ଆଜିର ଦ୍ରୁତ ଗତିଶୀଳ ପ୍ରତିଯୋଗିତାମୂଳକ ଦୁନିଆରେ ସଫଳ ହେବାକୁ ଲକ୍ଷ୍ୟ ରଖିଥିବା କୌଣସି ଉଦ୍ୟୋଗୀ କିମ୍ବା ପ୍ରଯୁକ୍ତିବିଦ୍ୟା ଆଗ୍ରହୀଙ୍କ ପାଇଁ ନେତୃତ୍ୱ ନେବାରେ ଏହି କାର୍ନିଭାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତ ବର୍ତମାନ ବିଶ୍ୱର ବୃହତ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରୁ ଅନ୍ୟତମ । ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ଏକ ଦକ୍ଷତା ଭିତିକ ହବ୍ ପାଲଟିଛି । ଯୁବପିଢୀଙ୍କୁ ଦକ୍ଷ କରିବା, ସେମାନଙ୍କୁ ନିଯୁକ୍ତି ଦେବା ତଥା ଓଡିଶାକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା ପାଇଁ ରାଜ୍ୟ ଦେଶ ସହ କାର୍ଯ୍ୟ କରୁଛି ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟପାଳ ସନ୍ତୋଷ ପ୍ରକଟ କରି କହିଥିଲେ ଯେ, ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏହାର ପାଠ୍ୟକ୍ରମରେ ଉନ୍ନତ ଦକ୍ଷତା ପାଠ୍ୟକ୍ରମକୁ ଅଗ୍ରାଧିକାର ଦେଇଛି । ଉକ୍ତ କାର୍ନିଭାଲରେ ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ବକ୍ତବ୍ୟ ପ୍ରଦାନ କରିଥିଲେ। ବିପିୟୁଟିର ଭାଇସ୍‌-ଚ୍ୟାନେସଲର୍ ପ୍ରଫେସର ଅମୀୟ କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଟେକ୍ କାର୍ନିଭାଲର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିପିୟୁଟିର କୂଳ ସଚିିବ ନିଶିପୂନମ୍ ମିଞ୍ଜ୍‌ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

error: Content is protected !!