Thursday, December 12, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପାଇକମାଲ(ବିଦ୍ୟାଧର ସାହୁ)- ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୱାମଲାଲ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ରାଜସ୍ୱ ,ପରିବେଶ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟବକ୍ତା ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରପାଲି ବିଧାୟକ ସନତ ଗଡ଼ତିଆ, ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ ଓ ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଭାବେ ପାଠ ପଢି ଭଲ ମଣିଷ ହୋଇ ,ଦେଶ ସେବା କରିବା ସହ ବାପା,ମାଁ ଓ ନିଜ ମାଟିର ନାମ ରଖିବା ପାଇଁ ଉପଦେଶ ଦେଇଥିଲେ ।

ସେହିପରି ଶିକ୍ଷକ ମାନଙ୍କୁ ଆପଣ ମାନଙ୍କ ହାତରେ ଏହି ଛାତ୍ର ଛାତ୍ରୀ ମାନଙ୍କ ଭବିଶ୍ୟତ ଅଛି ଏହାକୁ ଗଢି ତୋଳିବା ଆପଣ ମାନଙ୍କ କାମ ବୋଲି ଅତିଥି ମାନେ କହିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ନିରୁପମା ପ୍ରଧାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ ଇଂରାଜୀ ଶିକ୍ଷକ ସୁନିଲ ପ୍ରଧାନ କରିଥିଲେ । ଗତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଜ୍ଞାପରୀମିତା ପ୍ରଧାନ ଓ କଲା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ବର୍ଗତ ଶ୍ରେୟା ସାହୁ ଙ୍କ ପିତାଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଇତିହାସ ବିଭାଗ ଶିକ୍ଷକ ମୀନକେତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

error: Content is protected !!