Sunday, March 8, 2026
Homeରାଜ୍ୟବିନା ଟେଣ୍ଡରରେ ଜାଗା ଆବଣ୍ଟନ କାହା ସ୍ୱାର୍ଥରେ : ସଚେତନ ନାଗରିକ ମଞ୍ଚ ବରଗଡ଼ !

ବିନା ଟେଣ୍ଡରରେ ଜାଗା ଆବଣ୍ଟନ କାହା ସ୍ୱାର୍ଥରେ : ସଚେତନ ନାଗରିକ ମଞ୍ଚ ବରଗଡ଼ !

ଧନୁଯାତ୍ରା ଜର୍ଜ ହାଇସ୍କୁଲ ପଡିଆରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ।

ବରଗଡ଼-ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବା ବେଳେ ଜର୍ଜ ହାଇସ୍କୁଲ ପଡିଆରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ସରକାରୀ ସଂସ୍ଥା ପାଇଁ ଉଦ୍ଧିଷ୍ଟ ଜାଗାକୁ ବ୍ୟବସାୟିକ ଉଦେଶ୍ୟରେ ବଣ୍ଟନ କରାଯାଉଛି ବିନା କୌଣସି ଟେଣ୍ଡର ରେ ସେଇ ସ୍ଥାନରେ ଅହେତୁକ ଦରରେ ଟିକଟ କରାଯାଇ ଲୋକଙ୍କ ଠାରୁ ଟଙ୍କା ଅସୁଲ କରାଯାଉଛି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉ ଥିବା ଅଭିଯୋଗ କରିଛି ସଚେତନ ନାଗରିକ ମଞ୍ଚ।

ସେହିପରି ମିନା ବଜାରରେ ଝୁଲା, ଦୋଳି ର ଧାର୍ଯ୍ୟ ରେଟ ରୁ ଅଧିକା ଟଙ୍କା ନିଆଯାଉଥିବା ଓ ଯାତ୍ରାରେ ଜନତାଙ୍କ ପାଇଁ ଶୌଚାଳୟ, ପିଇବା ପାଣି ର ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ କରିଛି ସଚେତନ ନାଗରିକ ମଞ୍ଚ ବରଗଡ। ଏହାର ସମାଧାନ ନିମନ୍ତେ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଦେବା ସହ ତୁରନ୍ତ ହସ୍ତକ୍ଷେପ କରିବାକୁ କୁହାଯାଇଛି। ଏଥିରେ ଭବାନୀ ସାହୁ, ଆଇନଜୀବୀ ଭୀଷ୍ମଦେବ ସରାଫ, ନିଖିଳ ପାଣିଗ୍ରାହୀ,କିଶୋର ସାହୁ, ମନୋହର ପ୍ରଧାନ, ଶୟନ ପଣ୍ଡା, ସୁଦାମ ସାହୁ, ଗଙ୍ଗା ପୂଝାରୀ,ଗୋବିନ୍ଦ ଶର୍ମା, ଜିଭି ରାଓ, ଲାଲା ଦୀପ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

error: Content is protected !!