ବୋଡ଼େନ (ଡୋଲେସ୍ଵର ବାଗ)- ଖରିଆର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ନିର୍ବାଚନ ପ୍ରଚାର ଅପେକ୍ଷା ଜନ ସଂପର୍କ ଓ ଜନ ମତକୁ ଆପଣେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସହ ଆଲୋଚନା କରୁଛନ୍ତି ,ସେଠାକାର ସମସ୍ୟା ଉପରେ ଲୋକ ଆଣୁଥିବା ଅଭିଯୋଗ ଗୁଡ଼ିକୁ ଶୁଣୁଛନ୍ତି ଏବଂ ଲିପିବଦ୍ଧ ମଧ୍ୟ କରୁଛନ୍ତି । ସବୁଠି ହିତେଶଙ୍କ ଲୋକ ପ୍ରୀୟତା ସ୍ବାଗତ ଓ ସମ୍ବର୍ଦ୍ଧନାରୁ ବେଶ୍ ବୁଝି ହେଉଛି ।ତାଙ୍କ ବୁଲିବା ସମୟରେ ଅଭିଯୋଗ ମାନ ହେଉଛି – ରାସ୍ତା ମରାମତି,ଘରକୁ ଘର ପାଇପ ଯୋଗେ ଜଳ ଯୋଗାଣ,ନୂତନ ହିତାଧିକାରୀଙ୍କୁ ଖାଉଟି କାର୍ଡ ବ୍ୟବସ୍ଥା,ପେନସନ ଅସୁବିଧା,ହରିଶ୍ଚନ୍ଦ୍ର ଯୋଜନା ସମସ୍ୟା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମସ୍ୟା,କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ,ଧାନର ଅଭାବୀ ବିକ୍ରି ଇତ୍ୟାଦି ଇତ୍ୟାଦି ।ବୋଡ଼େନ ବ୍ଲକର ଖଇର ଭାଡ଼ି ଗ୍ରାମ ବୁଲିବା ସମୟରେ ବ୍ଲକ ସଭାପତି ରୁଦ୍ର ପଟେଲ ଓ ଜିଲ୍ଲା କାର୍ଯ୍ୟ କର୍ତ୍ତା ମହେନ୍ଦ୍ର ଅଗ୍ରୱାଲ ସାମିଲ ଥିଲେ । ଗ୍ରାମର ଲମ୍ବୋଦର ବାଗ, ଭୁବନେଶ୍ୱର ବାଗ,ନୀଳାମ୍ବର ଯୁଏଡ,ବଳଭଦ୍ର ହଂସ,ଧନସିଂ ହଂସ,ମୁକୁନ୍ଦ କୁମାର ହଂସ,ଜଗମୋହନ ହଂସ ଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ସ୍ବାଗତ କରିବା ସହିତ ସେଠାକାର ସମସ୍ୟା ଉପସ୍ଥାପନ କରିଛନ୍ତି ।ଶ୍ରୀମାନ ବଗର୍ତ୍ତି ପ୍ରତିଶ୍ରୁତି ବଦ୍ଧ ଯେ ନିର୍ବାଚନ ପରେ ସମସ୍ୟାର ସମାଧାନ କରିବେ ନିଶ୍ଚିତ ଭାବରେ ।ଅତି ଆପଣାର ଭାବି ଲୋକ ସ୍ବାଗତ ଜଣାଉଛନ୍ତି ।ଅନ୍ୟ ନେତା ଅପେକ୍ଷା ବଗର୍ତ୍ତି ଙ୍କ ସମ୍ପର୍କ ଲାଗୁଛି ଅଲଗା ପ୍ରକାର ।