ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ୨୦୨୪ ନିର୍ବାଚନରେ ବିଜୟକୁ ନେଇ ଜନସାଧାରଣ ତଥା କର୍ମୀ ବହୁତ ଖୁସି ଥିବାବେଳେ ଆଜି ଖରୀଆର ନିର୍ବାଚନ ମଣ୍ଡଳୀର ବୋଡ଼େନ ଓ ସିନାପାଲି ବ୍ଲକର ଅନେକ ସ୍ଥାନରେ ଅଧିରାଜଙ୍କୁ ସ୍ବାଗତ ସହ ବିଜୟ ଉତ୍ସବ ପାଳନ କରାଯାଇଛି । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସନିଙ୍କୁ ଦର୍ଶନ କରିସାରିବା ପରେ ବୋଡ଼େନ ବସଷ୍ଟାଣ୍ଡରୁ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ସମର୍ଥକ ମାନେ ବାଜା, ବାଣ ଓ ରଙ୍ଗ ଖେଲିବା ସହ ବୋଡ଼େନ ବସ୍ତି ପରିକ୍ରମା କରିଛନ୍ତି ।
ବୋଡ଼େନ ପାଖାପାଖି ଗାଁ ଗୁଡିକରେ ମଧ୍ୟ ତାଙ୍କୁ ବନ୍ଦାପନା ପୂର୍ବକ ସ୍ବାଗତ ଜଣାଇଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ ଏବଂ ୨୦୨୪ ନିର୍ବାଚନରେ ବି.ଜେ.ଡି ଦଳରୁ ନିର୍ବାଚିତ ହୋଇଛନ୍ତି ବୋଲି ସମସ୍ତ ଶ୍ରେୟ ସିନାପାଲି,ବୋଡ଼େନ ଓ ଖରୀଆର ବ୍ଲକର ସମସ୍ତ ଜନସାଧାରଣଙ୍କୁ ଦେଇଛନ୍ତି । ସେ ପ୍ରକାଶ କରିଛନ୍ତି ଗତ ପାଞ୍ଚ ବର୍ଷରେ ଏହି ଅଞ୍ଚଳର ଅନେକ ସୁବିଧା ଓ ବିକାଶ ଆଣିବାରେ ଆପଣ ମାନଙ୍କ ସହଯୋଗ ମୋତେ ଉତ୍ସାହ ଦେଇଛି ଏବଂ ଆଉ କିଛି କାମ ବାକି ରହିଯାଇଛି ସେଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ପୁନଃ ମୋତେ ଆପଣମାନେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସ୍ପଷ୍ଟଭାବେ ପ୍ରକାଶ କରିଛନ୍ତି ।
ଓଡ଼ିଶା ମାନଚିତ୍ରରେ ଖରୀଆର ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ସ୍ଵତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରୟାସ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଉତ୍ସବ କାର୍ଯ୍ୟକ୍ରମରେ ବି ଜେ ଡି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ,ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ସମାଜ ସେବୀ ରାଜ କୁମାର ନାଗ,ସଞ୍ଜୁ ଅଗ୍ରୱାଲ,ସୌଦାଗର ସାହୁ,ଜନ୍ମେଜୟ ସିଂଦେଓ,ଝମ୍ପେଶ୍ୱର ସଲମା, ରାଜ କୁମାର ଅଗ୍ରୱାଲ , ପୁସ୍ତମ୍ ନାଗ,ଭ୍ରମର ବୈଠାରୁ,ରିଖି ରାମ କାଣ୍ଡଙ୍କ ସମେତ ଶହ ଶହ ବି.ଜେ.ଡି କର୍ମୀ ସାମିଲ ଥିଲେ ।