Saturday, March 7, 2026
Homeରାଜ୍ୟବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଲଖମରା ସ୍ଥିତ ସରକାରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ହୋତା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିବିକ୍ରମ ନାଏକ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ଷଷ୍ଠ ରୁ ଦଶମ ଶ୍ରେଣୀ ର ସର୍ବମୋଟ ୬୦ ଟି ବିଜ୍ଞାନ ପ୍ରକଳ୍ପ ଛାତ୍ର, ଛାତ୍ରୀ ପ୍ରଦର୍ଶିତ କରିଥିଲେ l ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ମିନିତା ବରିହା, ସୁଶାନ୍ତ ଭୋଇ ଏବଂ ଗଣିତ ଶିକ୍ଷକ ଦେବବ୍ରତ ମେହେର, ମନୀଷ ବାଗ ଙ୍କ ତତ୍ତ୍ଵାବଧାନରେ ଏହି ପ୍ରକଳ୍ପ ଗୁଡିକ ସ୍ଥାନିତ ହୋଇଥିଲା l ଏଥିରୁ ୫ଟି ସର୍ବୋତ୍ତମ ପ୍ରକଳ୍ପ କୁ ଚୟନ କରାଯାଇଆଗାମୀ ଦିନରେ ହେବାକୁଥିବା କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ରେ ପ୍ରଦର୍ଶନ ପାଇଁ ଗୃହିତ ହୋଇଥିଲା l ଏହି ମେଳା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

error: Content is protected !!