ପାଇକମାଲ-ଦଶମ ଶ୍ରେଣୀ ପରୀକ୍ଷା କୁ ଦୃଷ୍ଟି ରେ ରଖି ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟ ର ୭ଜଣ ଛାତ୍ରୀ ଙ୍କୁ “ଉଜ୍ବଳ ତାରକା ” ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ଙ୍କ ସହିତ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି l ଛାତ୍ରୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ଭୋଇ, ପୁନମ ଭୋଇ, ପ୍ରିତିମୟୀ ସାହୁ, ହିମlନି ପ୍ରଧାନ,ପ୍ରଗ୍ୟାଭାରତି ତାଣ୍ଡି, ସିମ୍ପଲ୍ ଭୋଇ, ପ୍ରାଚୀ ସାହୁ ଏହି ମେଧାବୀ ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟୀ ଦେବା ପାଇଁ ଆଲୋଚନା ହୋଇଥିଲା l
ବିଦ୍ୟାଳୟ ର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲା ଘୋଷଣା କରିଥିଲେ ୯୦ % ବୋର୍ଡ ପରୀକ୍ଷା ରେ ଜେଉ ଛାତ୍ରୀ ମାନେ ରଖିବେ ଦଶହଜାର ଟଙ୍କା ଲେଖlଏଁ ସହିତ ଟ୍ରଫି ନିଜେ ପ୍ରଦାନ କରିବେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ଙ୍କ କହିବା ମୁତାବକ ଦଶମ ଶ୍ରେଣୀ ର ସମସ୍ତ ଛାତ୍ରୀ ଙ୍କୁ ଛୁଟି ଦିନ ମାନଙ୍କରେ ଅଭିଜ୍ଞ ଶିକ୍ଷକ, ଆଲୁମିନୀ, ମାନଙ୍କ ଦ୍ଵାରା ପୂର୍ବ ବର୍ଷ ପରି ସ୍ଵତନ୍ତ୍ର “ସନ୍ଦେହ ମୋଚନ” କ୍ଲାସ କରାଯିବ l
ସପ୍ତାହ ରେ ଦୁଇ ଦିନ ଛାତ୍ରୀ ମାନଙ୍କ ଗୃହ ପରିଦର୍ଶନ ଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ଙ୍କ ଦ୍ଵାରା କରାଯିବ । ଏହି ସମ୍ବଦ୍ଧନl ସଭାର ମୂଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର , କମିଟି ର ବରିଷ୍ଠ ସଭ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଧୀରେନ୍ଦ୍ର ମହାନ୍ତି , ଦୁର୍ଯୋଧନ ପୁଟା ଉପସ୍ଥିତ ଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛୁଟି ଦିନରେ ପାଠ ପଢ଼ାଇବା ପାଇଁ ଉତ୍ସାହ ପ୍ରକାଶ କରୁଥିବା ରୁ ଅଭିଭାବକ ମାନେ ପ୍ରଶଂସା କରିଥିଲେ l