Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଦ୍ୟାଳୟ ଖୋଲିବା ପୂର୍ବରୁ ଭିତ୍ତିଭୂମି ଅନୁଧ୍ୟାନ କଲେ ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ବିଦ୍ୟାଳୟ ଖୋଲିବା ପୂର୍ବରୁ ଭିତ୍ତିଭୂମି ଅନୁଧ୍ୟାନ କଲେ ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ସମ୍ବଲପୁର-ଦୀର୍ଘ ଦେଢ଼ ମାସର ଗ୍ରୀଷ୍ମାବାକାଶ ପରେ ବିଦ୍ୟାଳୟ ଗୁଡିକ ଆସନ୍ତା ମଙ୍ଗଳବାର ଖୋଲିବାକୁ ଯାଉଛି। ସରକାରଙ୍କ ନିର୍ଦ୍ଦେଶ କ୍ରମ ସୋମବାର ସବୁ ବିଦ୍ୟାଳୟରେ ଶିକ୍ଷକ ମାନେ ସଫା ସୁତୁରାକୁ ସୁନିଶ୍ଚିତ କରିବେ। ବିଦ୍ୟାଳୟ ଗୁଡିକ ର ଅବସ୍ଥା କିପରି ଅଛି ତାହା ତଦାରଖ କରିବା ପାଇଁ ଅଣ୍ଟା ଭିଡ଼ିଛି ଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ।

କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ସି ଆର ସି ସି, ଏ ବି ଇ ଓ,ମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ଆଦେଶ ଦିଆ ଯାଇଛି। ଆଜି ସକାଳୁ ନିଜେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ରେ ଆସି ବିଦ୍ୟାଳୟ ମାନଙ୍କର ସ୍ୱଚ୍ଛତା ଓ ନିରାପତ୍ତା ଉପରେ ନିରୀକ୍ଷଣ କରିଥିଲେ।

ବିଦ୍ୟାଳୟ ରେ ଥିବା ବିପଦପୂର୍ଣ୍ଣ ଅଞ୍ଚଳ କୁ ଚି଼ହ୍ନଟ କରି ଛାତ୍ର ଛାତ୍ରୀ ମାନଙ୍କୁ ସେ ଅଂଚଳ କୁ ନିଷିଦ୍ଧ କରିବା ପାଇଁ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷ ମୂଳ ରୁ ପିଲା ମାନେ କିଭଳି ପ୍ରତି ଦିନ ପଢି ଆସିବେ ତାର ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବା ପାଇଁ କହିଥିଲେ। ମାଧ୍ୟ୍ୟନ୍ନ ଭୋଜନ ର ମାନ ଠିକ ରଖିବା ପାଇଁ ଉପଦେଶ ଦେଇଥିଲେ।

error: Content is protected !!