Saturday, February 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବିଦ୍ୟାଳୟ ଓ କଲେଜ ସ୍ତରୀୟ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତା ।

ବିଦ୍ୟାଳୟ ଓ କଲେଜ ସ୍ତରୀୟ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତା ।

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଓ କଲେଜ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବାମନଘାଟୀର ୯ଟି ପ୍ରାଥମିକ ବିଦ୍ୟାଳୟ, ୩ଟି ଉଚ୍ଚ ବିଦ୍ୟାଳୟ ଓ ୫ଟି କଲେଜର ମୋଟ ୧୩୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝି ଉପସ୍ଥିତ ହୋଇ ମାର୍ଗଦର୍ଶନ କରିଥିଲେ । ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମ ପ୍ରତିଯୋଗୀତା ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ବାଜଲ ମୁର୍ମୁ, ବରିଷ୍ଠ ଉପସଭାପତି ଯୋଗେଶ୍ଵର ଚାତାର, ରବୀନ୍ଦ୍ର କୁମାର ମୁଖୀ, ସହକାରୀ କୋଷାଧ୍ୟକ୍ଷ ଦୀନବନ୍ଧୁ ଗିରି, ଉପସଭାପତି ମୋତ୍ତାର ହୁସେନ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡ ଟିଚରଙ୍କ ମଧ୍ୟରୁ ରଂଜୁଲତା ନାୟକ, ରାଜଶ୍ରୀ ନାଏକ, ଅନୀତା ସାମଦ ପ୍ରମୁଖ ପ୍ରତିଯୋଗୀତା ପରିଚାଳନାରେ ସହାୟତା କରିଥିଲେ ।

ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରୀତି ଉପହାର ସହିତ ବିଜେତା ପ୍ରତିଯୋଗୀଙ୍କୁ ଆସନ୍ତା ତା.୧୪.୦୪.୨୦୨୫ରିଖ ପୁରସ୍କୃତ କରାଯିବ । ବରିଷ୍ଠ ଉପସଭାପତି ଗୋପାଳକୃଷ୍ଣ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସେଓ୍ଵାସ୍ତମ୍ବ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!