ବରପାଲି-ବରପାଲି ମୂଖ୍ଯ ଡାକଘର ସେବାକାର୍ଯ୍ଯ ଅସହାୟ ସ୍ଥିତିରେ ଆଗେଇ ଚାଲିଛି। ବରପାଲି ତଥା ଅଞ୍ଚଳର ଜନ ସାଧାରଣ ନିଜ ସରକାରୀ ଅବା ବ୍ଯକ୍ତିଗତ କାର୍ଯ୍ଯରେ ବହୁଆଶା ନେଇ ଡାକଘରର ଦ୍ବାରସ୍ଥ ହୋଇଥାନ୍ତି। ହେଲେ ଅନେକ ସମୟରେ ବୈଷୟିକ ତଥା ଅନ୍ଯ ସମସ୍ଯାର ସମ୍ମୁଖିନ ହୋଇ ଅସନ୍ତୋଷ ମନରେ ପ୍ରତ୍ଯାବର୍ତ୍ତନ କରିବାକୁ ବାଧ୍ଯ ହୋଇଥାନ୍ତି। ଗତ କିଛିଦିନ ହେବ ସରକାରଙ୍କ ମହିଳା ସହାୟତା ସୁଭଦ୍ରା ଯୋଜନା ଆବେଦନ ପାଇଁ ମହିଳା ମାନେ ଆଧାର ଓ ସେଲଫୋନ ଲିଙ୍କ ତଥା ଅନ୍ଯାନ୍ଯ ସହାୟକ କାର୍ଯ୍ଯକ୍ରମକୁ ନେଇ ପ୍ରତ୍ଯୁଷରୁ ଲମ୍ବା ଲାଇନର ସହାୟତା ଲୋଡିଥାନ୍ତି।
ହେଲେ ଦିନ ତମାମ ଲମ୍ବା ଲାଇନରେ ରହିଥିଲେ ସୁଦ୍ଧା ସଭିଙ୍କ କାମ ହୋଇ ପାରୁନଥିବା ହିତାଧିକାରୀ ମାନେ ଅଭିଯୋଗ ଆଣିଥିଲେ।ସବୁଠୁ ଆଶ୍ଚର୍ଯ୍ଯଜନକ ବିଷୟ କୌଣଷି କାରଣରୁ ଦୈବାତ ବିଦ୍ୟୁତ ପ୍ରବାହ ବନ୍ଦ ହେଲେ ସେବାକାର୍ଯ୍ଯରେ ବ୍ଯାଘାତ ସୃଷ୍ଟି ହେଉଥିବା ନିତିଦିନିଆରେ ପରିଣତ ହେଲାଣି। ୨୬ନମ୍ବର ଚାରିଥାକିଆ ଜାତିୟ ରାଜରାସ୍ତା ନିର୍ମାଣ କାର୍ଯ୍ଯ ଯୋରଶୋରରେ ଆଗେଇଚାଲିଛି। ଏହି ପରିପେକ୍ଷିରେ ବିଜୁଳି ବିଭାଗ ଛଅରୁ ଆଠ ଘଣ୍ଟା ସରବରାହକୁ ପ୍ରାୟଃ ବନ୍ଦ ରଖୁଛନ୍ତି। ଟାଟା ପାୱାର କମ୍ପାନୀ ପକ୍ଷରୁ ସରବରାହ ବନ୍ଦ ରଖାଯିବ ବୋଲି ୨୪ଘଣ୍ଟା ପୁର୍ବରୁ ଘୋଷଣା ମାଧ୍ଯମରେ ପ୍ରସାରଣ କରିଥାଏ।
ସରବରାହ ବନ୍ଦ ହେଲେ ଡାକଘରରେ ସେବାକାର୍ଯ୍ଯ ପାଇଁ ବ୍ଯବହୃତ ବିଦ୍ଯୁତ ଚାଳିତ ବୈଷୟିକ ଉପକରଣ ମାନ ଅକାମି ସାଜି ଠପ ହୋଇଥାଏ। ଯାହାକି ସିଧାସଳଖ ଜନ ସାଧାରଣଙ୍କ ଉପରେ ଦାଉ ସାଧିଥାଏ। ଖବରପାଇ ଗଣମାଧ୍ୟମ ପ୍ରତିନିଧି ମାନେ ଡାକଘରେ ପହଞ୍ଚିଥିଲେ। ସମସ୍ଯା ସମ୍ପର୍କରେ ମୁଖ୍ୟ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା। ସୂଚନାନୁଯାୟୀ ଗତ ଦୁଇବର୍ଷ ହେଲା ଅସ୍ଥାୟି ବିଦ୍ଯୁତ ସହାୟତା ପାଇଁ ଖଞ୍ଜା ଯାଇଥିବା ଜେନେରେଟର ଖରାପ ହୋଇ ପଡ଼ିରହିଛି। ସରବରାହରେ ଅସୁବିଧା ହେଲେ ବ୍ୟାଟେରୀ ସହାୟତାରେ କାମ ଚାଲିଥାଏ।
କିନ୍ତୁ ଗତ ସାତ ଦିନ ହେଲା ଉକ୍ତ ଖରାପ ହୋଇ ଅକାମି ହୋଇଯାଇଛି । ବର୍ତ୍ତମାନ ବିଜୁଳି ଶକ୍ତିର ଅଭାବ ଦେଖା ଗଲେ ସମସ୍ତ ଦରକାରୀ ହେଉ ଅବା ଅଦରକାରୀ କାମ ବନ୍ଦ ହେବା ସହ ଜନ ସାଧାରଣଙ୍କୁ ବ୍ଯଥିତ କରୁଛି। ଉଲ୍ଲେଖ ଯୋଗ୍ୟ ପ୍ରତ୍ୟହ ବିଜୁଳି ବିଭ୍ରାଟ ସାଧାରଣ କଥା ହୋଇଥିବା ବେଳେ ଡାକସେବାରେ ବ୍ଯତିକ୍ରମ ଦେଖାଦେବା ଆଶ୍ଚର୍ଯ୍ଯଜନକ ବିଷୟ ବୋଲି ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ ନେବାକୁ ସାଧାରଣରେ ଦାବୀ ହେଉଛି।