Saturday, November 23, 2024
spot_imgspot_imgspot_img
Homeରାଜ୍ୟବିଜୟ ଚିରସ୍ମରଣୀୟ ଓ ସେ ସଦା ଅଜୟ ।

ବିଜୟ ଚିରସ୍ମରଣୀୟ ଓ ସେ ସଦା ଅଜୟ ।

ଗଙ୍ଗାଶ୍ରାଦ୍ଧରେ ଉନ୍ମୋଚିତ ହେଲା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରତିମୂର୍ତ୍ତି।ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ , ରାଜ୍ୟ ସରକାରଙ୍କ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଆଜି ଥିଲା ଗଙ୍ଗାଶ୍ରାଦ୍ଧ । ଗତ ୦୩/୧୦/୨୦୨୨ ରେ ସମୟରେ ବିଧାୟକ ଥିବା ଶ୍ରୀ ବରିହାଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ଗତ କିଛି ଦିନ ପୂର୍ବରୁ ତାଙ୍କର ପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା ନିଜର ସ୍ବର୍ଗତ ପିତାଙ୍କ ଅସ୍ଥି ବିସର୍ଜନ ପବିତ୍ର ତ୍ରିବେଣୀ ସଙ୍ଗମରେ କରିଥିଲେ । ପରମ୍ପରା ଅନୁସାରେ ମୃତ ଆତ୍ମାର ସଦ୍ଗତି ନିମନ୍ତେ ଆଜି ତାଙ୍କର ପଦ୍ମପୁର ସ୍ଥିତ ବାସଭବନରେ ଗଙ୍ଗା ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଆଜି ପଦ୍ମପୁର ଏନ.ଏ.ସି ର , ବଡବନ୍ଧ ଠାରେ ନିର୍ମିତ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନବରଣ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ସ୍ବର୍ଗତ ଶ୍ରୀ ବରିହା ପଦ୍ମପୁର ଅଞ୍ଚଳର ପ୍ରଥମ ବ୍ୟକ୍ତି ଯିଏ କି ପ୍ରସିଦ୍ଧ ଜବହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଥିଲେ। । ପାଠ ପଢା ସରିବା ପରେ ସେ ଚାହିଁଥିଲେ ଯେକୌଣସି ଭଲ ଚାକିରୀ କରି ପରିଥାନ୍ତେ ,କିନ୍ତୁ ସେ ଏହି ଅଂଚଳର ଅସଙ୍ଗଠିତ ଲୋକଙ୍କୁ ସଂଗଠିତ କରି ଅଂଚଳର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ଏଥିପାଇଁ କେନ୍ଦୁପତ୍ର ଆନ୍ଦୋଳନ ହେଉ, କି ବାଳକୋ ଆନ୍ଦୋଳନ , ସବୁଥିରେ ତାଙ୍କର ଭୂମିକା ଓ ନେତୃତ୍ୱ ରହିଥିଲା ।

ଏହି ଅଂଚଳରେ ଗମନାଗମନ ଠାରୁ ଆରମ୍ଭ କରି ସ୍କୁଲ କଲେଜର ବିକାଶ ହେଉ କି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଦେବଦର୍ହା ଶୈବପୀଠର ବିକାଶ ସବୁ ତାଙ୍କରି ପ୍ରଚେଷ୍ଠାରେ ସମ୍ଭବ ହୋଇ ପାରିଥିଲା । ଏଥିପାଇଁ ସେ ପଦ୍ମପୁର ଭଳି ଏକ ଅଣ ସଂରକ୍ଷିତ ଆସନରୁ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ପାରିଥିଲେ । ଆଜି ତାଙ୍କର ଶ୍ରଦ୍ଧାଞ୍ଜଳି ସସଭାରେ ସମସ୍ତ ତାଙ୍କୁ ଆଦରର ସହିତ ମନେ ପକାଉଛନ୍ତି । ଆଜି ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନରେ ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା , ସ୍ବର୍ଗତ ବରିହାଙ୍କ ସମୁଦି ପୂର୍ବତନ ବିଧାୟକ ଶ୍ରୀ ରମା ରଞ୍ଜନ ବଳିୟାର ସିଂ ,

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ , ଶ୍ରୀ ପ୍ରଶାନ୍ତ ମହାନ୍ତି , ସ୍ୱର୍ଗତ ବିଧାୟକଙ୍କ ଜ୍ୱାଇଁ ଶ୍ରୀ ସ୍ମୃତି ସୌରଭ ବଳିୟାର ସିଂ , ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା , ବିଜୟ କୁମାର ସ୍ୱାଇଁ , ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ , ଗୌତମ ସିଂଙ୍କ ସମେତ ଶହ ଶହ ଲୋକେ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରିଥିଲେ । ସେହିଭଳି ଶ୍ରଦ୍ଧାଞ୍ଜଳି ସଭାରେ ପରିବାର , ଆତ୍ମୀୟଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଓ ପଦ୍ମପୁର ,ପାଇକମାଲ , ଝାରବନ୍ଧ ,ଗାଇସିଲେଟ ଅଂଚଳର ଅନେକ ସଂଖ୍ୟାରେ ଲୋକେ ଯୋଗଦାନ କରିଥିଲେ ।

error: Content is protected !!