ବରପାଲି-ବରପାଲି ବ୍ଲକ ବିଜୟପଲ୍ଲୀ ଗ୍ରାମରେ ଜାତିର ଜନକ ମାହାତ୍ମାଗାନ୍ଧିଙ୍କ ୧୫୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତଳ ସର୍ବୋଦୟ ମଣ୍ତଳ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ଯମରେ ଆୟୋଜିତ ଉତ୍ସବକୁ ବିଜୟ କୁମାର ବାବୁ ଉଦଘାଟନ କରିଥିଲେ।

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା lସଭାରେ ମହାମାନବ ମହାତ୍ମା ଗାନ୍ଧୀଙ୍କ ଆଦର୍ଶବାଦ ତଥା ସାମାଜିକ ନ୍ୟାୟ ଓ ଶାନ୍ତି ତଥା ସାଂପ୍ରତିକ ସମାଜରେ ନାଗରିକତା କର୍ତ୍ତବ୍ୟସାଧନ, ନୈତିକତା,ସ୍ବାଧିନ ଚେତନା ଉପରେ ଆଲୋଚନା ମାନ ହୋଇଥିଲା।

ପରେ ଗ୍ରାମବାସଙ୍କ ସମେତ ଯୁବକଯୁବତୀ ମାନେ ଗ୍ରାମ ସ୍ବଚ୍ଛତା ପରିବେଷ ସୄଷ୍ଟି ଦିଗରେ ସଫେଇ କାର୍ଯ୍ଯ ହାତକୁ ନେଇଥିଲେ। ଆଗାମୀ ଦିନରେ ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ମିଳିତ ସଂକଳ୍ପ ନେଇଥିଲେ। ଏହି ଅବସରରେ ପୁର୍ବାହ୍ନରେ ରାମଧୁନ ଗାନ ସହ ଗ୍ରାମ ପରିକ୍ରମାରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
