ବିଜେପୁର-ବରଗଡ଼ ଜିଲ୍ଲା ବିଜେପୁର ମହାବିଦ୍ୟାଳୟ ପରିସର ରେ ଇଂରାଜୀ ବିଭାଗ ତରଫରୁ ଶେଷ ବର୍ଷ ଛାତ୍ର ଛାତ୍ରୀ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମ ଓ ଦ୍ବିତୀୟ ବର୍ଷ ର ଛାତ୍ର ଛାତ୍ରୀ ଶେଷ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ପୂଷ୍ପଚନ୍ଦନ ଦେଇ ସଭାକୁ ଆମନ୍ତ୍ରିତ କରିବା ସହ ସ୍ମୃତି ନିମନ୍ତେ ଉପହାର ଦେଇଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣାଦାୟୀ ସମ୍ଭାଷଣ ଦେବା ସହିତ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏଇ ସଭାରେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ପ୍ରତୀକ୍ଷା ସେଠ୍, ସୁରେନ୍ଦ୍ର ସାହୁ, ମାନସୀ ମହାରଣା, ତଥା ମହାବିଦ୍ୟାଳୟର ଲାଇବ୍ରେରୀଅନ ରାଜଶ୍ରୀ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ସହିତ ତାଙ୍କର ସ୍ମୃତିକୁ ଉପସ୍ଥାପନ କରିବା ସହିତ ତାଙ୍କର ଆଗାମୀ ଚଲାପଥ କୁସୁମିତ ହେଉ ବୋଲି ଆଶୀର୍ବାଦ ପ୍ରଦାନ କରିଥିଲେ।ଏହି ସଭାକୁ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ର ଶିବା ମେହେର ପରିଚାଳନା କରିଥିବା ବେଳେ, ସଭା ଶେଷରେ ସ୍ୱାତୀ ସୁଚରିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ସଭାକୁ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ।