ବିଜେପୁର-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ଶିକ୍ଷା ସପ୍ତାହ ସୋମବାର ଉଦଯାପିତ ହୋଇଯାଇଛି। ଜାତୀୟ ଶିକ୍ଷା ନୀତିର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ କିଭଳି ଆନନ୍ଦଦାୟକ ଭାବେ ଶିକ୍ଷାକୁ ଗ୍ରହଣ କରିବ ଏହା ହଁ ଉକ୍ତ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଦିବସରେ ପିଲାଏ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିବାବେଳେ ଦ୍ଵିତୀୟ ଦିବସରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସେମାନେ ବିଭିନ୍ନ କୌଶଳ ଶିକ୍ଷା କରିଥିଲେ। ତୃତୀୟ ଦିବସରେ କସାଡି,ବାଗଡି,ପୁଚି ଆଦି ଖେଳ ମାଧ୍ୟମରେ, ଚତୁର୍ଥ ଦିବସରେ ଲୁପ୍ତପ୍ରାୟ ପଶ୍ଚିମ ଓଡ଼ିଶାର ନୃତ୍ୟ ଗୀତ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ।
ପଞ୍ଚମ ଦିବସରେ ପ୍ରଯୁକ୍ତିବିଦ୍ୟା ଓ ଷଷ୍ଠ ଦିବସରେ ବୃକ୍ଷ ରୋପଣ ବିଷୟରେ ଅବଗତ ସୋଇଥିଲେ। ସପ୍ତମ ଦିବସରେ ପରିଚାଳନା କମିଟି ସଦସ୍ୟ ଗହଣରେ ତିଥି ଭୋଜନର ଆନନ୍ଦ ଉଠାଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ଵରିହା, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ।ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମକୁ ବାରଗୋଟି କ୍ଲଷ୍ଟରର ସିଆରସିସିଗଣ ମଧ୍ୟ ପରିଦର୍ଶନ କରିଥିଲେ।