ପାଇକମାଳ-ପାଇକମାଳ ବ୍ଲକରେ ଆଜି “ବିକାଶ ବାହନ”ର ଶୁଭାରମ୍ଭ ହୋଇଛି।ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ତତ୍ତ୍ଵାବଧାନରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି କୈଳାସ ଦିଶ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ଏକ ବର୍ଷ ମଧ୍ୟରେ ଉପଲବ୍ଧି ଅନେକ ଯୋଜନା ଗୁଡ଼ିକର ଗାଁ ଗାଁରେ ପ୍ରଚାର ପ୍ରସାର ପାଇଁ ଏହି ଅଭିଯାନ କରାଯାଇଛି। ଏକ ବର୍ଷରେ ଉପଲବ୍ଧି ଅନେକ ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷକୁ ନେଇ ଜନହିତକର ଯୋଜନା ଗୁଡିକର ସାଧାରଣ ଜନତାଙ୍କୁ କରିବ ଦିଶା ପ୍ରତିପାଦିତ। ଗାଁ ଗାଁ ରେ ଏହି ବିକାଶ ବାହନ ପରିଭ୍ରମଣ କରି ଏଲଡି ଟିଭି ମାଧ୍ୟମରେ ଏକ ମଟର ଯାନକୁ ସୁସଜ୍ଜିତ କରାଯାଇଛି। ମହିଳା ମାନଙ୍କ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷି ଓ କୃଷକ ମାନଙ୍କ ସଶକ୍ତି କରଣ ଆଦି ଅନେକ ଯୋଜନା ପାଇଁ ପ୍ରଚାର ଓ ପ୍ରସାର କରୁଛି।

