ଝାରବନ୍ଧ-ଭାରତୀୟ ଜନତା ପାର୍ଟି ଝାରବନ୍ଧ ତରଫରୁ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଭୁଏଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ଭୁଏ ସର୍ବପ୍ରଥମେ ଝାରବନ୍ଧ ର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ । ଝାରବନ୍ଧ ବ୍ଲକ କାର୍ଯ୍ୟକର୍ତ୍ତାମାନେ ଫୁଲମାଳ, ପୁଷ୍ପଗୁଚ୍ଛ ଉପଢୌକନ ଦେଇ ଶ୍ରୀ ଭୁଏଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଝାରବନ୍ଧ ର ବନଦୁର୍ଗା ମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀରେ ମଧ୍ୟ ଶ୍ରୀ ଭୁଏ ଯୋଗଦାନ କରିଥିଲେ। ସେଠାରେ ମଧ୍ୟ ତାଙ୍କୁ ଦଳର କର୍ମୀମାନେ ସ୍ବାଗତ ଜଣାଇଥିଲେ। ଏହି କର୍ମୀ ସମ୍ମିଳନୀରେ ଶ୍ରୀଭୁଏ ସମ୍ବୋଧିତ କରି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନକଲ୍ଯାଣକାରୀ ଯୋଜନା ବିଷୟରେ ଅବଗତ କରିବା ସହ ଆପଣମାନଙ୍କର ଆଶୀର୍ବାଦ ପାଇଲେ ନରେନ୍ଦ୍ର ମୋଦୀ ଦୁନିଆଁରେ ବିଶ୍ବଗୁରୁ ହେବା ପାଇଁ କେହି ମଧ୍ୟ ରୋକି ପାରିବେ ନାହିଁ ବୋଲି ଶ୍ରୀ ଭୁଏ କହିଥିଲେ । ତା ସହ ନବୀନ ସରକାରଙ୍କୁ ଅପାରଗ, ଧୃତରାଷ୍ଟ୍ର ସରକାର କହି ଏ ସରକାର ବିକାଶ ବଦଳରେ ବିନାଶ କରୁଛି କହି ସମାଲୋଚନା କରିଥିଲେ ।ଏହାପରେ କର୍ମୀମାନଙ୍କ ସହ ପରିଚୟ ପର୍ବ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାଇକମାଳ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଡା.ଲମ୍ବୋଦର ପଣ୍ଡା,ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ,ସତ୍ୟ ବେହେରା, ଦୁର୍ଗାପ୍ରସାଦ ଅଗ୍ରୱାଲ ମାନଭଞ୍ଜନ ମିର୍ଦ୍ଧା, ରାମକୃଷ୍ଣ ପ୍ରଧାନ,ସତ୍ୟ ଭୂଷଣ ସାହୁ,କମଲ ରାଉତ,ଯୋଗିନ୍ଦ୍ର ଭୋଇ,ପଦ୍ମନ ରଣା,ଡୁଲଚନ୍ଦ୍ର ସାହୁ,ବସନ୍ତ ସାହୁ, ପିତାମ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।