Saturday, March 7, 2026
Homeରାଜନୀତିବିଜେଡିରେ ଯୋଗଦେଲେ ବୁଡାମାଲ ପଞ୍ଚାୟତର ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ ।

ବିଜେଡିରେ ଯୋଗଦେଲେ ବୁଡାମାଲ ପଞ୍ଚାୟତର ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ ।

ପଦ୍ମପୁର-ବିଜୁ ଜନତା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ପହୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରାଜୁଘିବେଲା,ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଟାଉନ ସଭାପତି ନବ କିଶୋର ସାହୁ, ଦହିଗାଁ କୃଷି ସମବାୟ ସମିତି ସଭାପତି ମହେଶ୍ଵର ପୁରୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

error: Content is protected !!