Sunday, March 8, 2026
Homeରାଜ୍ୟବାଳକ ସରକାରୀ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦଘାଟିତ ।

ବାଳକ ସରକାରୀ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦଘାଟିତ ।

ପଦ୍ମପୁର-ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ୍ ସଦର ମହକୁମା ସ୍ଥିତ ବାଳକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଦ୍ମପୁରର ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ଉଦଘାଟିତ ହୋଇ ଯାଇଛି । ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣକାନ୍ତି ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ଶ୍ରେଣୀ କକ୍ଷ ପ୍ରବେଶ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀଯୁକ୍ତ ଶିବ ପ୍ରସାଦ ଯୋଶୀ ଏବଂ ଶ୍ରୀଯୁକ୍ତ ବିଶିକେଶନ ଶତପଥୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଉତ୍ସବର ପ୍ରାରମ୍ଭରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଅନୁଷ୍ଠାନରେ ଗୀତା ପାଠ କରାଯାଇଥିଲା । ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣକାନ୍ତି ପତି ଗୀତା ପାଠ କରିଥିଲା ବେଳେ ପୂଜାର୍ଚ୍ଚନାରେ ଛାତ୍ର ବାଦଲ ସୁନା କର୍ତ୍ତା ଭାବରେ ବସିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପଙ୍କଜିନୀ ବାରିକ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

ପବିତ୍ର ଗୀତା ଜୟନ୍ତୀ ଅବସରରେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଶ୍ରେଣୀଗୃହ ପ୍ରବେଶ ଉତ୍ସବ ଛାତ୍ର ଛାତ୍ରୀ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବ ବୋଲି ଅତିଥି ମାନେ ପ୍ରକାଶ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ତଥା ସ୍ଥାନୀୟ ବାସିନ୍ଦା ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକ୍ରମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

error: Content is protected !!