ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଉତ୍ସବର ଶୁଭାରମ୍ଭ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରା ଯାଉଛି l ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଦଶ ଦିନ ବ୍ୟାପି ଚାଲିବାକୁ ଥିବାରୁ ବାଲିପଦର ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇ ପଡିଛି l
ପ୍ରତ୍ଯେକ ଦିନ ମାଣ ପୂଜା, ଷୋଡଶ ଉପଚାର ପୂଜା, ହୋମ, ଆଳତି ଆଦି ଵିଧି ପୂର୍ବକ ଅନୁଷ୍ଠିତ ହେଉଛି l କର୍ତ୍ତା ଭାବେ ତ୍ରିଲୋଚନ ସାସମଲ ଓ ପୁରୋହିତ ଭାବେ ପଣ୍ଡିତ ଜଗନ୍ନାଥ ଶତପଥୀ, ପ୍ରଦ୍ୟୁମ୍ନ ଖାଡ଼ଙ୍ଗା ଓ ସରୋଜ କାନ୍ତ ତ୍ରିପାଠୀ ଦାୟିତ୍ୱ ନିର୍ବାହ କରୁଛନ୍ତି l ପୂଜା କମିଟି ସଭାପତି ନାରାୟଣ ସାମନ୍ତରା, ସମ୍ପାଦକ ଉମାଶଙ୍କର ନାୟକ ଓ କୋଷାଧକ୍ଷ ଇ.ଶଙ୍କର ରାଓ ପ୍ରମୁଖ ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଉତ୍ସବକୁ ପରିଚାଳନା କରୁଥିବା ବେଳେ ଅନ୍ୟ ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରୁଛନ୍ତି।