Saturday, March 1, 2025
spot_imgspot_imgspot_img
Homeରାଜ୍ୟବାବା ବୈଦ୍ୟନାଥ ମନ୍ଦିରରେ ରକ୍ତଦାନ ଶିବିର : ୩୦ୟୁନିଟ ରକ୍ତ ସଂଗୃହିତ।

ବାବା ବୈଦ୍ୟନାଥ ମନ୍ଦିରରେ ରକ୍ତଦାନ ଶିବିର : ୩୦ୟୁନିଟ ରକ୍ତ ସଂଗୃହିତ।

ବରଗଡ଼-ବରଗଡ଼ ସଦର ବ୍ଲକ ବରଡୋଳ ଗ୍ରାମରେ ରହିଥିବ ଶୈବ ପୀଠ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିରରେ ମହା ଶିବରାତ୍ରି ଅବସରରେ ଗତ ଚାରିଦିନ ଧରି ଚାଲିଥିବା ଶିବ ରାତ୍ରି ମୋହତ୍ସବର ଆଜି ଉଦଯାପଣି ଦିବସରେ ବରଡୋଳ ଶିବ ମନ୍ଦିର କମିଟି ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ମିଳିତ ଆନୁକୂଲ୍ୟରେ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରକୁ ବରଡୋଳ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟରତ ଶ୍ରୀ ଆର୍ତତ୍ରାଣ ମହାପାତ୍ର ଅନୁଷ୍ଠାନିକ ଭାବରେ ଶିବିରକୁ ଉଦଘାଟନ କରିଥିବା ବେଳେ ରକ୍ତଦାତ ମାନଙ୍କୁ ରକ୍ତଦାନ ବିଷୟରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ।

ଆଜିର ଶିବିରରେ ଛ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଅନେକ ରକ୍ତଦାତା ପ୍ରଥମ କରି ରକ୍ତଦାନ କରିଥିବା ବେଳେ ତାଙ୍କ ମଧ୍ୟରେ ରକ୍ତଦାନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜିର ଶିବିରକୁ ସଂକଳ୍ପ ପରିବାରର ସମ୍ପାଦକ ଜି ରମେଶଙ୍କ ସହିତ ନୀଲେଶ ପଧାନ, ଚନ୍ଦନ ପଧାନ, ତରୁଣ ପଟେଲ, ଅକ୍ଷୟ ମିଶ୍ର, ପିଙ୍କୁ ପଣ୍ଡା, ଲୋକନାଥ ମେହେର, ଚିନ୍ମୟ ପାଣ୍ଡେ ପ୍ରମୁଖ ପରିଚାଳନା କରିଥିବା ବେଳେ ମନ୍ଦିର କମିଟିର ବବୁଲୁ ସ୍ବାଇଁଙ୍କ ସହିତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

error: Content is protected !!