Sunday, December 22, 2024
spot_imgspot_imgspot_img
Homeଖେଳବାବା ବୁଢ଼ା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ରେଙ୍ଗାଲି କ୍ରିକେଟ କ୍ଳବ୍ ଚମ୍ପିଆନ।

ବାବା ବୁଢ଼ା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ରେଙ୍ଗାଲି କ୍ରିକେଟ କ୍ଳବ୍ ଚମ୍ପିଆନ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଗ୍ରାମରେ ବାବା ବୁଢ଼ା ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ବିଜେପୁର ବିଧ୍ୟାୟକ ସନତ କୁମାର ଗଡତିଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ । ମୋଟ ୨୦ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ସେମି ଫାଇନାଲ ରେଙ୍ଗାଲି,କଠଉମାଲ,ଖଡସିବାଞ୍ଜୀ,ଚନ୍ଦନଜୁରି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ଚନ୍ଦନଜୁରି ଓ ରେଙ୍ଗାଲି ଦଳ ଫାଇନାଲ ମ୍ୟାଚ୍‌ କୁ ଉନ୍ନୀତ ହୋଇଥିଲେ ।

ଫାଇନାଲ ମ୍ୟାଚ ରେ ଟସ୍ ଜିତି ପ୍ରଥମେ ଚନ୍ଦନଜୁରି କ୍ରିକେଟ କ୍ଲବ ପ୍ରଥମେ ବୋଲିଂ କରି ନିର୍ଦ୍ଧାରିତ ୪ ଓଭର ରେ ମୋଟ ୪୬ ରନ୍ ଦେଇଥିବା ବେଳେ ଚନ୍ଦନଜୁରି କ୍ରିକେଟ କ୍ଲବ ୩ ଉଇକେଟ ହରାଇ ମୋଟ ୩୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।ଏହି ମ୍ୟାଚ୍ ରେଙ୍ଗାଲି ଅତି ସହଜରେ ଜିତି ଚମ୍ପିୟାନ ହୋଇଥିବା ବେଳେ ପରିଶେଷରେ ବିଜେତା ଦଳ କୁ ଟ୍ରଫି ସହ ୧୨ ହଜାର ଟଙ୍କା  ରନର୍ସଅପ୍‌ ଦଳ ପାଇଁ ଟ୍ରଫି ସହ ୮ ହଜାର ଟଙ୍କାର ପୁରସ୍କାର ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ସୁନ୍ଦର ମଣି ହାତୀ,ରାଜୁ ସାହୁ,କପିଳେଶ୍ୱର ଭୁଏ,ପୂର୍ଣ୍ଣ ଚନ୍ଦ୍ର ହାତୀ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ନରୋତ୍ତମ ଡୁଡୁକା,ତ୍ରିବିକ୍ରମ ଦୀପ ସ୍କୋରର, ଦଶରଥ ସାହୁ,ଦାମୋଦର ବଢେଇ,ଦେବାଶିଷ ବଢେଇ,ରାଜେଶ ବଢେଇ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁଦାମା ଜ୍ୟୋତିଷ, ହରିବୋଲ ଡୁଡୁକା, ଭାଗ୍ୟବାନ ବରିହା,ସିଦ୍ଧାନ୍ତ ସାହୁ,ଅବିନାଶ ହାତୀ,ବୃନ୍ଦାବନ ବରିହା, ତୁଳସିରାମ ଭୁଏ, ବିମଲ ବରିହା ଏବଂ ବାବା ବୁଢ଼ା କ୍ରିକେଟ ଟିମ୍ ର ସମସ୍ତ ସଦସ୍ୟ ଓ ଜୁବାଖୋଲ ଗ୍ରାମ ବାସୀଙ୍କ ସହଯୋଗ ରେ ଟୁର୍ଣ୍ଣାମେଣ୍ଟଟି ସଫଳ ହୋଇଥିଲା ।

error: Content is protected !!