ପଦ୍ମପୁର– ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସମ୍ବଲପୁରୀ ଶାଖା କେନ୍ଦ୍ର ବାବା ବିଶାଶହେ କୁଲତା ସମାଜର ବାର୍ଷିକ ବୈଠକ ଗସ୍ତିଡ଼ିହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଗସ୍ତିଡ଼ିହି ଗ୍ରାମର କୁଲତା ସମାଜ ତରଫରୁ ସଭାପତି, ଉପସଭାପତି, ପୂଜକ ଏବଂ ଚପରାଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତିଙ୍କ ନିର୍ଦେଶ କ୍ରମେ ଶ୍ରୀଯୁକ୍ତ ଡୋଳାମଣି ସାହୁ ସଭା ସଂଚାଳନ କରିଥିଲେ ।

ଶ୍ରୀଯୁକ୍ତ କୂଳମଣି ବାରିକ ବିବରଣୀ ଓ ବାର୍ଷିକ ଆୟ ବ୍ୟୟ ପଠନ କରିଥିଲେ। ପ୍ରତ୍ୟେକ ଗ୍ରାମରୁ ସମାଜର ପ୍ରଗତି ଓ ସଂଗଠନ ଓ ଏକତା ଅକ୍ଷୁର୍ଣ୍ଣ ରଖିବା ପାଇଁ ମତାମତ ଉପସ୍ଥାପନ କରାଯାଇଥିଲା । ଏହି ବୈଠକରେ ବିବାହ ପୂର୍ବରୁ ରିଙ୍ଗ ଉତ୍ସବ ବନ୍ଦ,ପଛୁଆ ବର୍ଗଙ୍କ ଚାକିରୀ,ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସରଂକ୍ଷଣ ଦାବୀ,ଦଶମ,ଦ୍ୱାଦଶ, ଯୁକ୍ତ ତିନିରେ ୮୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା,କେନ୍ଦ୍ରସ୍ତରୀୟ ହ୍ୱାଟ୍ସଅପ ଗୃପ ଗଠନ, ଗର୍ଭବତୀ ଝିଅ ଘରକୁ ସ୍ୱଳ୍ପ ସଂଖ୍ୟକ ବାପା ମାଁ ଓ ମାମୁଁ ମାଈ କେବଳ ଯାଇ ଆର୍ଥିକ ସହଯୋଗ କରିବା,

ପ୍ରଗତିଶୀଳ କୁଲତା ମଞ୍ଚର ପ୍ରସ୍ତାବକୁ ଦୃଢ଼ ନିନ୍ଦା,ଗ୍ରାମ୍ୟ ଓ କେନ୍ଦ୍ର କମିଟି ପୁନର୍ଗଠନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସମ୍ବଲପୁରୀ କେନ୍ଦ୍ର ଅନ୍ତର୍ଗତ ସମସ୍ତ ନଅ ଖଣ୍ଡ ଗ୍ରାମର ଜାତି ଭାଇ, ମାଆ, ଭଉଣୀ ମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ ନିରାକାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ପରିଚାଳନାରେ ରକ୍ଷପାଳ ସାହୁ,ଜନତା ପ୍ରଧାନ, ଦୁବରାଜ ସାହୁ, କେଶବ ସ୍ୱାଇଁ, ଯୋଗେନ୍ଦ୍ର ଭୋଇ, ସୁରେନ୍ଦ୍ର ସାହୁ ଓ ଅନ୍ୟ ଜାତି ଭାଇ ମାନେ ସହଯୋଗ କରିଥିଲେ ।

