ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଜଗଦଲା ସଭାପତିତ୍ବ କରିଥିବା ବେଳେ କୁଧରେନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରକୃତି ମିତ୍ର ଶ୍ରୀଯୁକ୍ତ ସୁବାସ ସାହୁ,ଅଗ୍ନିଶମବିଭାଗ ଅଧିକାରୀ ଗୌର ଶଙ୍କର ପ୍ରଧାନ, ଗାଇସିଲେଟ କେନ୍ଦୁଲିଭ ବିଭାଗର ବନପାଳ ଶ୍ରୀଯୁକ୍ତ ପ୍ରଦୀପ ଭୋଇ,
ଜମରତଲା ସରପଞ୍ଚ ବିଦୁ ଭୂଷଣ ଚାନ୍ଦ ଏବଂ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନେ ଯୋଗଦାନ କରି ତାଙ୍କର ସୁଚିନ୍ତିତ ମତାମତ ରଖିଥିବା ବେଳେ ଶ୍ରୀମାନ ସୁବାସ ସାହୁ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଜଙ୍ଗଲ କ୍ଷତି ସହିତ ତାହା ପରିବେଶ ଉପରେ କିପରି ପ୍ରଭାବ ପକାଉଛି ଆଲୋକପାତ କରିବା ସହ ବନ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଜମରତଲା ସରପଞ୍ଚ ଶ୍ରୀଯୁକ୍ତ ଚାନ୍ଦ ଆଗାମୀଦିନରେ ଗ୍ରାମାଞ୍ଚଳ ସ୍ତରରେ ଜନ ସଚେତନତା କରିବା ପାଇଁ ଦୃଷ୍ଟି ଗୋଚର କରିଥିଲେ । ଉପସ୍ଥିତ ଥିବା ବିଭିନ୍ନ ଭି.ଏସ.ଏସ ର ସମସ୍ତ ସଭାପତି ଗଣ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ଅଗ୍ନିଶମ କାର୍ଯ୍ୟାଳୟରୁ ଆସିଥିବା ଭଗବାନ ଭୋଇ କବିତା ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ବିଭିନ୍ନ କାରଣ ଲୋକମାନଙ୍କୁ ଅବଗତ କରାଇଥିଲେ ।
ପଦ୍ମପୁର ବନାଞ୍ଚଳ ଅଧିକାରୀ ଚଳିତ ସଂସ୍କରଣରେ ଜଙ୍ଗଲ ନିଆଁକୁ କିପରି ଆୟତ୍ତ କରିବା, ତା ପାଇଁ କରାଯାଇଥିବା ଯୋଜନା,କିପରି ବନ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି,ଜଙ୍ଗଲ ନିଆଁର ସୂଚନା କିପରି ସମସ୍ତେ ପାଇଥାନ୍ତି ତାହା ପୁଙ୍ଖାନୁ ପୁଙ୍ଖ ଭାବରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜଗଦଲପୁର ବନପାଲ ଶ୍ରୀଯୁକ୍ତ ରାଧାକାନ୍ତ କୁମ୍ଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ଜି.ଭି.ଏସ ତରଫରୁ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରକାଶ ହୋତା ସଭା ପରିଚାଳନା କରିଥିଲେ । ବନପାଲ ଶ୍ରୀଯୁକ୍ତ ସରୋଜ ସାହୁ,ଦିବାକର ପ୍ରଧାନ,ଅଶ୍ଵିନୀ ଭୋଇଙ୍କ ସହିତ ସମସ୍ତ ଗଜ ସାଥୀ ସ୍କ୍ୱାର୍ଡ ଓ ସମସ୍ତ ବନରକ୍ଷୀ ଉପସ୍ଥିତ ରହି ସାହାର୍ଯ୍ୟ କରିଥିବା ବେଳେ ପରିଶେଷରେ ବନପାଲ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।