ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ବୁଗବୁଗା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଚେୟାରମେନ କମଳାକାନ୍ତ ଭୁଏ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ରୂପେ ବୁଗବୁଗା ସି.ଆର.ସି.ସି. ନନ୍ଦିଘୋଷ ଭୁଏ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶି ଭୋଇ, ନିରଞ୍ଜନ ବୁଡେକ, ଝିଲିମିଣ୍ଡା ସି.ଆର.ସି.ସି. ଧରମ ନରେକ୍ , ପଞ୍ଚ ଶିକ୍ଷା ସେତୁ ର ସଭାପତି ଘାସିରାମ ଭୋଇ ମଞ୍ଚାସିନ ଥିଲେ । ସଭା ପରିଚାଳନା କରିଥିଲେ ଶିକ୍ଷକ ଜଗମୋହନ ଭୁଏ ।ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା। ଅତିଥି ବୃନ୍ଦ ପିଲାର ପ୍ରାରମ୍ଭିକ ଶିକ୍ଷା ରେ ଗୋଷ୍ଠୀର ସହଯୋଗ ଓ ଭୂମିକା ଉପରେ ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ପୂର୍ବରୁ ହୋଇଥିବା କ୍ରିଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ଚଳିତ ଶିକ୍ଷା ବର୍ଷରେ ପ୍ରଥମ ସମାପ୍ତିସୂଚକ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଛନ୍ଦପାଲି ସି.ଆର.ସି.ସି କେଶବ ଛନ୍ଦ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ମାତୃ କମିଟି ର ସଦସ୍ୟା , ଗ୍ରାମର ଯୁବଗୋଷ୍ଠୀ ବୃନ୍ଦ ତାହାର ସ୍ଵୟଂ ସହାୟକ ଗୋଷ୍ଠୀ ର ସହଯୋଗ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ଜଗମୋହନ ଭୁଏ ।


