ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବାଜେନମୁଣ୍ଡା ଗ୍ରାମର କେ.ଆର୍.ପି. ଉଚ୍ଚ ବିଦ୍ୟାଳୟ,ବାଜେନମୁଣ୍ଡା ପରିସରରେ ବନମହୋତ୍ସବ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଜାପତି ବାରିକ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବନମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବୁଦ୍ଧଦେବ ବଡଗୁଛିଆ ସଭା ପରିଚାଳନା କରିଥିଲେ । ପ୍ରଶନ୍ନ କୁମାର ମେହେର,ଚନ୍ଦ୍ର ଶେଖର ବାରିକ,ନବୀନ ମେହେର,ପୂର୍ଣ୍ଣ ଚନ୍ଦ୍ର ମେହେର,ଜ୍ଞାନଚାନ୍ଦ ଲୋହାର,ପ୍ରେମାନନ୍ଦ ବାରିକ ମଞ୍ଚାସିଲ ହୋଇ ପରିବେଶ ସଚେତନ ସହିତ ବୃକ୍ଷରୋପଣକୁ ଉତ୍ସାହିତ କରିବା ଓ ବୃକ୍ଷଲତାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଛାତ୍ରୀ ମାନଙ୍କ ମଧ୍ୟରେ ବର୍ଷା ମେହେର,ଭାରତୀ କୁମ୍ଭାର ଓ ସୀମା ସୁନା ବୃକ୍ଷରୋପଣ ବିଷୟରେ ମତ ପ୍ରକାଶ କରିଥିଲେ । ଶେଷରେ ମୁକେଶ ବଗର୍ତ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟ ପରିସର ମଧ୍ୟରେ ୧୦୦ ଗୋଟି ଚାରା ଗଛ ରୋପଣ କରାଗଲା l ଏହାପରେ ପ୍ରକୃତି ପ୍ରେମୀ ହିନ୍ଦୀ ଶିକ୍ଷକ ପ୍ରସନ୍ନ କୁମାର ମେହେରଙ୍କ ଯୋଗାଣ କରିଥିବା ଚାରା ଗଛକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ଚାରା ଗଛ ବଣ୍ଟନ କରାଗଲା ।




