Saturday, March 7, 2026
Homeଅଘଟଣବାଇକ ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ।

ବାଇକ ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଣ୍ଡାଖାଇ ୟୁଜିବି ବ୍ୟାଙ୍କର ମ୍ୟାନେଜର ଧରଣୀଧର ମେହେର(୩୯) ବୁଧବାର ରାତିରେ ଏକ ବାଇକ ଯୋଗେ ବିଜେପୁର ରୁ ଦିପ୍ତୀପୁର ଅଭିମୁଖେ ଯାଉଥିବା ବେଳେ ଗୁଦେରପାଲି ଘେଁସାଲି ନଦୀ କୂଳରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୁଦେରପାଲିର ଏକ ଘରୋଇ ଡ଼ାକ୍ତରଖାନାରେ ପ୍ରଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ହେବାରୁ ବରଗଡର ଏକ ଘୋରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଯଣାପଡିଛି।

error: Content is protected !!